ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ପୁଣି ଅଘଟଣ। ଗୁରୁବାର ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଛାତରୁ ସିଲିଂ ଖସିଥିଲା। ଦିନକ ପରେ ଅର୍ଥାତ ଶୁକ୍ରବାର ସକାଳେ ଏହି କୋଠାର ତୃତୀୟ ମହଲାର ଅନ୍ତଃସ୍ରାବ(endocrinology) ୱାର୍ଡରେ ସିଲିଂ ଖସିଛି। ଯେଉଁ ବେଡ୍ ଉପରେ ସିଲିଂ ଖସିଲା, ସେଠାରେ କେହି ରୋଗୀ ନଥିଲେ। କିନ୍ତୁ ତା ପାଖ ବେଡରେ ହିଁ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ଏଣୁ କାହାରି କୌଣସି ପ୍ରକାର କ୍ଷତି ହୋଇନାହିଁ।
ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ସୁପର୍ ସ୍ପେସିଆଲିଟି କୋଠାରେ ବାରମ୍ବାର ଅଘଟଣ ଘଟୁଛି।ଗତ ୨୬ ତାରିଖରେ ସୁପର ସ୍ପେସିଆଲିଟି ବିଲଡିଂର ପଞ୍ଚମ ମହଲାରେ ଥିବା ୟୁରୋଲୋଜି ବିଭାଗର ଅପରେସନ ଥିଏଟର୍ରେ ଅଗ୍ନିକାଣ୍ଡ ଘଟିଥିଲା। ତା ପରଠୁ ଏହି ପଞ୍ଚମ ମାହଲା ୟୁରୋଲୋଜି ଏବଂ ପ୍ଳାଷ୍ଟିକ୍ ସର୍ଜରୀ ବିିଭାଗର ଅପରେସନ ଥିଏଟର୍ ବନ୍ଦ ରହିଛି।
Comments are closed.