Latest Odisha News

BREAKING NEWS

ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ହ୍ବିପ୍ ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସ ପକ୍ଷରୁ ଏହାର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ପାଇଁ ହ୍ୱିପ୍ (Whip) ଜାରି କରାଯାଇଛି। ନଭେମ୍ବର ୨୯ ତାରିଖ (ରବିବାର) ସୁଦ୍ଧା ସମସ୍ତ ଦଳୀୟ ସାଂସଦଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ଏବଂ ଅଧିବେଶନ ସମୟରେ ଗୃହରେ ଉପସ୍ଥିତ ରହିବାକୁ କଂଗ୍ରେସ ନିର୍ଦ୍ଦେଶ ଦେଇଛି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଲୋକସଭାର ସ୍ୱତନ୍ତ୍ର ବୈଠକ ନଭେମ୍ବର ୩୦ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ରାଜ୍ୟସଭାର କାର୍ଯ୍ୟକ୍ରମ ଡିସେମ୍ବର ୨ ଓ ୩ ତାରିଖରେ ଅନୁଷ୍ଠିତ ହେବ। ବିରୋଧୀ ଦଳଗୁଡ଼ିକର ମିଳିତ ରଣନୀତି ପ୍ରସ୍ତୁତ କରିବା ପାଇଁ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି।

ଏହି ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ (Delimitation) ଏବଂ ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଏହାକୁ ଦୃଢ଼ ବିରୋଧ କରିବାକୁ ଘୋଷଣା କରିଛି। ଏହି ପ୍ରସଙ୍ଗରେ ଅନ୍ୟ ପ୍ରମୁଖ ଦଳ ଯେପରିକି ବିଜେପି (BJP) ଏବଂ ଏନ୍‌ସିପି (ଶରଦ ପାୱାର ଗୋଷ୍ଠୀ) ମଧ୍ୟ ନିଜ ନିଜ ସାଂସଦମାନଙ୍କ ପାଇଁ ତିନି ଧାଡ଼ିଆ ହ୍ୱିପ୍ ଜାରି କରିଛନ୍ତି।

Leave A Reply

Your email address will not be published.