ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଗୁରୁବାର ସ୍କଟଲ୍ୟାଣ୍ଡରେ ଦେହାନ୍ତ ହୋଇଛି । ରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନ ସମେତ ସମଗ୍ର ବିଶ୍ୱରେ ଶୋକର ଲହରୀ ଖେଳିଯାଇଛି। ବ୍ରିଟେନର ରାଜ ପରିବାରର ସବୁଠାରୁ ଶୀର୍ଷ ସଦସ୍ୟଙ୍କ ମୃତ୍ୟୁକୁ ନେଇ ବ୍ରିଟେନବାସୀ ଶୋକ ପାଳନ କରୁଛନ୍ତି। ରାଣୀ ଏଲିଜାବେଥ ବ୍ରିଟେନର ଦୀର୍ଘତମ ରାଜକୀୟ ବ୍ୟକ୍ତିତ୍ୱ ଥିଲେ। ସେ ନିଜେ ବ୍ରିଟେନର ସିଂହାସନରେ ୭୦ ବର୍ଷ ପୂରଣ କରିଥିଲେ। ସେ ବ୍ରିଟିଶ ଇତିହାସର ସର୍ବ ପୁରାତନ ଏବଂ ଦୀର୍ଘତମ ରାଜକୀୟ ରାଣୀ । ଏ ପର୍ୟ୍ୟନ୍ତ, ବ୍ରିଟିଶ ରାଜ ପରିବାରର ମାତ୍ର ୬ ଜଣ ଅଛନ୍ତି, ଯେଉଁମାନେ ୫୦ ବର୍ଷ ଶାସନ କରିଥିଲେ।
ରାଣୀ ଏଲିଜାବେଥ ବ୍ରିଟେନର ରାଣୀ ହେବାକୁ ଇଚ୍ଛା କରିନଥିଲେ। କିନ୍ତୁ ପରିବାରରେ କ୍ଷମତାକୁ ନେଇ ଦେଖାଦେଇଥିବା ଅସ୍ଥିରତା ହେତୁ ସେ ବ୍ରିଟେନର ସିଂହାସନ ପାଇଥିଲେ। ତେବେ ତାଙ୍କ ପିଲାଦିନ ସେଭିଭଳି ହୋଇଥିଲା ଯେମିତି ଗୋଟିଏ ରାଜ ପରିବାରର ପୁଅ, ଝିଅ ଲାଳନ ପାଳନ ହୁଏ।
କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ରାଣୀ ହୋଇଥିଲେ ବି ସେ କେବେ ସ୍କୁଲ ଯାଇନଥିଲେ। ସେ ସମୟରେ ଅନେକ ୟୁରୋପୀୟ ରାଜାଙ୍କ ପିଲାମାନଙ୍କ ପରି ଏଲିଜାବେଥ୍ କେବେ ବି ସ୍କୁଲ ଯିବାର ସୁଯୋଗ ପାଇ ନଥିଲେ। ଏହା ବଦଳରେ ସେ ଘରେ ପାଠ ପଢିଥିଲେ। ଏହି ସମୟରେ ତାଙ୍କ ସାନ ଭଉଣୀ ମାର୍ଗାରେଟ୍ ମଧ୍ୟ ତାଙ୍କ ସହିତ ପାଠ ପଢ଼ିଥିଲେ। ତାଙ୍କ ଘରକୁ ଆସି ଶିକ୍ଷକ ମାନେ ପାଠ ପଢଡାଉଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଏଲିଜାବେଥଙ୍କୁ ତାଙ୍କ ଗୋଟିଏ ପିଲାର ପ୍ରଥମ ଆଦ୍ୟ ଗୁରୁ ବାପା-ମା ଭାବେ ପାଠ ପଢ଼ାଉଥିଲେ। ଏଥିସହ, ଇଟନ୍ କଲେଜର ଜଣେ ବରିଷ୍ଠ ଶିକ୍ଷକ ଏବଂ ଅନେକ ଫରାସୀ ଶିକ୍ଷକ ମଧ୍ୟ ଏଲିଜାବେଥ୍ ଏବଂ ତାଙ୍କ ଭଉଣୀ ମାର୍ଗେଟଙ୍କୁ ପାଠ ପଢ଼ାଉଥିଲେ।
ଦ ଆଟଲାଣ୍ଟିକର ରିପୋର୍ଟ ଅନୁଯାୟୀ, ଯେତେବେଳେ ଏଲିଜାବେଥଙ୍କୁ ୧୭ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମା ତାଙ୍କୁ ପଢାଉଥିଲେ। ସାତ ବର୍ଷ ହେବା ପୂର୍ବରୁ ତାଙ୍କୁ କେବଳ ପଢ଼ିବା, ଲେଖିବା, ଫରାସୀ ଶିଖିବା, ପିଆନୋ ବଜାଇବା ଏବଂ ନାଚିବା ଶିଖିବାକୁ ପଡିଥିଲା ଜ୍ଝ ଏଲିଜାବେଥଙ୍କ ଶିକ୍ଷା ଖସଡାରେ ଘୋଡା ଚଢ଼ିବା, ପହଁରିବା, ନୃତ୍ୟ ଏବଂ ସଙ୍ଗୀତ ଅନ୍ତର୍ଭୁକ୍ତ ଥିଲା।
୧୯୩୬ରେ ଏଲିଜାବେଥଙ୍କ ବାପା ରାଜା ହୋଇଥିଲେ । ଏଲିଜାବେଥ ସାମ୍ବିଧାନିକ ଇତିହାସ ଏବଂ ଆଇନ ଅଧ୍ୟୟନ କରିଛନ୍ତି। ତାଙ୍କୁ ଇଟନ୍ କଲେଜର ହେନେରୀ ମାର୍ଟେନ୍ ଏସବୁ ପାଠ ପଢ଼ାଇଥିଲେ।
Comments are closed.