ବ୍ରହ୍ମପୁର: ବିଭିନ୍ନ ବିଷୟକୁ ନେଇ ବନ ବିଭାଗ ବିବାଦରେ ରହିଥିବା ବେଳେ ଗଞ୍ଜାମ ଜିଲାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଗଛ ଡାଳ ଖାଇଦେଇଥିବା ଯୋଗୁ ଗୋଟିଏ ଛେଳିକୁ ବନ ବିଭାଗର କର୍ମଚାରୀମାନେ ଗତ ତିନି ଦିନ ହେଲା ଅଟକ ରଖିଛନ୍ତି। ଖଲିକୋଟ ବନାଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତର ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡକୁ ଜଣେ ଚାଷୀ କିଛି ଛେଳିକୁ ଚରାଇବାକୁ ନେଇଥିଲେ । ପାଖରେ ବନ ବିଭାଗ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା । ହେଲେ କିଛି ଛେଳି ଯାଇ ଗଛ ଖାଇ ଦେଇଥିଲା । ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ବନ ବିଭାଗର ଦୁଇଜଣ କର୍ମଚାରୀ ଏଥିରେ ଉତ୍କ୍ଷୀପ୍ତ ହୋଇ ଛେଳି ଗୋଠର ଗୋଟିଏ ଛେଳିକୁ ଧରି ନେଇଥିଲେ । ମାଲିକ ଅନେକ ନେହୁରା ହୋଇଥିଲେ ମଧ୍ୟ ଛେଳି ଛାଡ଼ି ନଥିଲେ। ଛେଳିକୁ ଆଣି ଖଲିକୋଟ ବନାଞ୍ଚଳ କାର୍ଯ୍ୟାଳୟରେ ଆଣି ରଖାଯାଇଛି । ଏହି ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଛଡ଼ା ଯାଉନାହିଁ । ତେବେ ଏନେଇ ଖଲିକୋଟ ରେଞ୍ଜର ସିଦ୍ଧାର୍ଥ ସାହୁଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକ୍ରୀୟା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେବାକୁ ମନା କରିଥିଲେ ।
BREAKING NEWS
- ଦୁରନ୍ତୋ ଏକ୍ସପ୍ରେସର ଶୌଚାଳୟରେ କର୍ମଚାରୀ ବାସନ ଧୋଇବାର ଭିଡିଓ ସାମ୍ନାକୁ ଆସିବା ପରେ ରେଳବାଇକୁ ନୋଟିସ ଜାରି କଲା FSSAI
- ଆରମ୍ଭ ହେଲା SIR; ପ୍ରଥମ ଦିନରେ ୨ଲକ୍ଷ ୫୯ହଜାରରୁ ଅଧିକ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ
- Odisha Vigilance: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ବନ୍ଧାହେଲେ ସମବାୟ ଅଧିକାରୀ
- ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଏନଏଚଆରସି ଟିମ୍
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖସିଲା ଛାତର ସିଲିଂ;ଅଳ୍ପକେ ବର୍ତ୍ତିଲେ ରୋଗୀ
- ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଝଟକା, ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
- ଇକୋଲାଇମ୍+: ଶିଳ୍ପ ଆବର୍ଜନା ପାଲଟିଲା ସମାଧାନ, ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ
- Cotton Import Custom Duty:ବୟନ ଶିଳ୍ପକୁ ସରକାରଙ୍କ ବଡ଼ ଉପହାର;କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼
- ଗୋଟିଏରୁ ଅଧିକ ପାନ କାର୍ଡ ରଖିବା ପଡିପାରେ ମହଙ୍ଗା, ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା
- ଏସିଆନ ଗେମ୍ସ ଟ୍ରାଏଲରେ ହାରିଗଲେ ଭିନେଶ ଫୋଗଟ
Comments are closed.