ବ୍ରହ୍ମପୁର: ବିଭିନ୍ନ ବିଷୟକୁ ନେଇ ବନ ବିଭାଗ ବିବାଦରେ ରହିଥିବା ବେଳେ ଗଞ୍ଜାମ ଜିଲାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଗଛ ଡାଳ ଖାଇଦେଇଥିବା ଯୋଗୁ ଗୋଟିଏ ଛେଳିକୁ ବନ ବିଭାଗର କର୍ମଚାରୀମାନେ ଗତ ତିନି ଦିନ ହେଲା ଅଟକ ରଖିଛନ୍ତି। ଖଲିକୋଟ ବନାଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତର ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡକୁ ଜଣେ ଚାଷୀ କିଛି ଛେଳିକୁ ଚରାଇବାକୁ ନେଇଥିଲେ । ପାଖରେ ବନ ବିଭାଗ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା । ହେଲେ କିଛି ଛେଳି ଯାଇ ଗଛ ଖାଇ ଦେଇଥିଲା । ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ବନ ବିଭାଗର ଦୁଇଜଣ କର୍ମଚାରୀ ଏଥିରେ ଉତ୍କ୍ଷୀପ୍ତ ହୋଇ ଛେଳି ଗୋଠର ଗୋଟିଏ ଛେଳିକୁ ଧରି ନେଇଥିଲେ । ମାଲିକ ଅନେକ ନେହୁରା ହୋଇଥିଲେ ମଧ୍ୟ ଛେଳି ଛାଡ଼ି ନଥିଲେ। ଛେଳିକୁ ଆଣି ଖଲିକୋଟ ବନାଞ୍ଚଳ କାର୍ଯ୍ୟାଳୟରେ ଆଣି ରଖାଯାଇଛି । ଏହି ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଛଡ଼ା ଯାଉନାହିଁ । ତେବେ ଏନେଇ ଖଲିକୋଟ ରେଞ୍ଜର ସିଦ୍ଧାର୍ଥ ସାହୁଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକ୍ରୀୟା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେବାକୁ ମନା କରିଥିଲେ ।
BREAKING NEWS
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
Comments are closed.