Latest Odisha News

BREAKING NEWS

କଟକରେ ୩ଟି ବୋମାମାଡ଼, ଭୟଭୀତ ଲୋକେ

କଟକ: କଟକରେ ବୋମା ଆତଙ୍କ । ଜଗତପୁର ଥାନା ଗୋପୀନାଥପୁରରେ ବିଳମ୍ବିତ ରାତିରେ ତିନୋଟି ବୋମା ମାଡ କରିଛନ୍ତି ଦୁର୍ବୃତ୍ତମାନେ । ବୋମାମାଡ଼ରେ ଏକ ଗ୍ୟାରେଜର ସିଲିଂ ଭାଙ୍ଗିବା ସହ ଅନ୍ୟ ଏକ ଘରର କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ୩ଟି ବୋମା ମାଡରେ ଥରିଉଠିଥିଲା ଅଞ୍ଚଳ ।

ଗୋପୀନାଥପୁରରେ ଥିବା ମିର୍ଜା ଜାକୀର ବେଗଙ୍କ ଗ୍ୟାରେଜ ଉପରେ ବୋମାମାଡ଼ ହେବାରୁ ଏହାର ସିଲିଂ ଭାଙ୍ଗି ଯାଇଛି । ସେହିପରି ଲକ୍ଷ୍ମୀନୃସିଂହ ସପ୍ଲାୟର୍ସର ମାଲିକ ଦେବରାଜ ପୃଷ୍ଟିଙ୍କ ଘରର କାନ୍ଥ କ୍ଷତିଗ୍ରସ୍ତ ହୋଇଛି ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.