Latest Odisha News

BREAKING NEWS

ବନ୍ୟଜନ୍ତୁ ଶିକାର ଯୋଜନା ଫେଲ: ୪ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ

ସମ୍ବଲପୁର: ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ଯୋଜନା କରୁଥିବା ୪ ଶିକାରୀଙ୍କୁ ବାନ୍ଧିଲା ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ବନ ବିଭାଗ । ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂତ୍ରରୁ ଖବର ପାଇ ବନ ବିଭାଗ ଅଧିକାରୀମାନେ ଚଢାଉ କରିଥିଲେ ।

ଗିରଫ ଅଭିଯୁକ୍ତମାନେ ହେଲେ କିଶୋର ଖମାରୀ (୪୬ ବର୍ଷ), ହୀରାଧର ଭୁଏ (୪୨ ବର୍ଷ), ଆଶିଷ ଭୁଏ (୨୯ ବର୍ଷ) ଏବଂ ଜିତେନ୍ଦ୍ର ଭୁଏ (୨୫ ବର୍ଷ) ବୋଲି ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସୂତ୍ରରୁ ସୂଚନା ମିଳିଛି । ଚଢାଉ ବେଳେ ସେମାନଙ୍କ ନିକଟରୁ ୫ କେଜି ବାଇଣ୍ଡିଂ ତାର, ଶିକାର ପାଇଁ ବ୍ୟବହୃତ ଫାଶ ଓ ଯନ୍ତା, ଗୋଟିଏ କୁରାଢ଼ି, ଗୋଟିଏ ମୋଟରସାଇକେଲ ଏବଂ ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି ।

ବନ ବିଭାଗ ସୂଚନା ଅନୁସାରେ, ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଏକ ଗୋଷ୍ଠୀ ଫାଶ ଓ ଯନ୍ତା ବିଛାଇବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଆଧାର କରି ଗତ ୧୫ ତାରିଖରେ ଲଖନପୁର ବନ୍ୟପ୍ରାଣୀ ରେଞ୍ଜ ଅଧୀନ ୪ଟି ଗ୍ରାମ ନିକଟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ଏବଂ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଶିକାର ସାମଗ୍ରୀ ଠାବ କରିବା ପାଇଁ ମେଟାଲ ଡିଟେକ୍ଟର ବ୍ୟବହାର କରାଯାଇଥିଲା।

ବରଗଡ଼ ପୋଲିସ ସହାୟତାରେ ମୋବାଇଲ ଫୋନ୍‌ ଟ୍ରାକିଂ କରି ଜଣେ ପ୍ରମୁଖ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା। ଗିରଫ ୪ ଜଣଙ୍କୁ ୧୬ ତାରିଖରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

Leave A Reply

Your email address will not be published.