Latest Odisha News

BREAKING NEWS

“ମନ୍ କି ବାତ୍’ରେ ‘ସୋଆ’ କାର୍ଯ୍ୟକର୍ତ୍ତାଙ୍କ ମତାମତକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: ଗଢ଼ି ଉଠୁଥିବା ସହରଗୁଡିକରେ ବଢ଼ି ଚାଲିଥିବା ଜଳ ନିଷ୍କାସନ ସମସ୍ୟାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିଟି)ର କର୍ମଚାରୀ ୩୪ ବର୍ଷିୀୟ ସୀତାଂଶୁ ମୋହନ ପରିଡ଼ା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ “ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସୀତାଂଶୁଙ୍କର “ଜଳ ନିଷ୍କାସନ’ ସମ୍ପର୍କୀୟ ମତାମତକୁ ପ୍ରଶଂସା କରିଛନ୍ତି ।

ସୋଆରେ ଆସିଷ୍ଟାଂଟ ଆଡମିନିଷ୍ଟ୍ରେଟିଭ୍ ଅଫିସର ଭାବେ କାର୍ଯ୍ୟରତ ସୀତାଂଶୁ କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ମତାମତକୁ ଗ୍ରହଣ କରିବା ସହ ପ୍ରଶଂସା କରିଥିବା ଘଟଣା ତାଙ୍କର ଜୀବନଯାକ ମନେ ରହିବ । ମ୍ୟାନେଜ୍ମେଂଟ ଗ୍ରାଜୁଏଟ୍ ଶ୍ରୀ ପରିଡ଼ା ସରକାରୀ ୱେବସାଇଟ୍ ଦେଖୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ୍’ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଚିନ୍ତାଧାରା ଓ ମତାମତ ପଠାଇବାପାଇଁ ଆସିଥିବା ନିମନ୍ତ୍ରଣ ଦେଖିବାକୁ ପାଇଥିଲେ ।
ତେବେ ସେ କେବେ ବି ଭାବି ନଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସ୍ତରରେ ତାଙ୍କ ମତାମତକୁ ଏଭଳି ଭାବେ ଗ୍ରହଣ କରାଯିବ ।

ସୀତାଂଶୁ କହିଛନ୍ତି ସହରରେ ଗଢ଼ି ଉଠୁଥିବା ସହର ମାନଙ୍କରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ଭାବେ ବର୍ତମାନ ଉଭା ହୋଇଛି, ତେଣୁ ସ୍ୱଚ୍ଛ ଭାରତ ଅଭିଯାନ ଅଧିନରେ ଅଧିକ ଜଳ ନିଷ୍କାସନ ପ୍ରୋଜେକ୍ଟ କରିବା ପାଇଁ ସେ ମତାମତ ଦେଇଥିଲେ । ଏହି ସମସ୍ୟାକୁ ଗୁରୁତ୍ୱର ସହିତ ନେଇ ଲୋକଙ୍କ ସ୍ୱାର୍ଥପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏଥି ସହିତ ବର୍ଷା ଋତୁରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଏହା ଉପରେ ଦୃଷ୍ଟି ଦେବାକୁ ସେ ମତ ଦେଇଥିଲେ ।

ଭୁବନେଶ୍ୱରର ଉଦାହରଣ ଦେଇ ସେ କହିଥିଲେ ଯଦିଓ ଏହା ଏବେ ସ୍ମାର୍ଟ ସିଟି ଭାବେ ପରିଗଣିତ ହେଉଛି ତେବେ ଏଠାରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ।

ଦୁଇ ମାସ ତଳେ ଘଟିଯାଇଥିବା ପ୍ରଳୟଙ୍କରୀ ବାତ୍ୟାର ବିଷୟରେ ଉଲ୍ଲେଖ କରି ସୀତାଂଶୁ ବାତ୍ୟାପ୍ରବଣ ରାଜ୍ୟ ଗୁଡିକରେ କେବୁଲ୍ ଗୁଡିକୁ ମାଟିତଳେ ରଖିବାକୁ ମତାମତ ଦେଇଥିବା କହିଛନ୍ତି । ମାଟିତଳେ କେବୁଲ୍ ରହିଥିଲେ ବାତ୍ୟା ପ୍ରଭାବିତ ସହରଗୁଡିକରେ ଏତେଦିନ ଯାଏ ବିଜୁଳି ବିଭ୍ରାଟ ଘଟି ନଥାନ୍ତା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.