ଚଣ୍ଡୀଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପ୍ରସ୍ତାବକୁ ନେଇ ରାଜ୍ୟପାଳ ବନବାରିଲାଲ ପୁରୋହିତ ଅନୁମତି ଦେଇନାହାଁନ୍ତି । ଆସନ୍ତାକାଲି ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚାହୁଁଥିଲେ ମାନ ସରକାର । ଏହାକୁ ରଦ୍ଦ କରିଛନ୍ତି ରାଜ୍ୟପାଳ । ଏନେଇ ପଂଜାବର ଆପ ସରକାର ବିଜେପି ଉପରେ ଅଭିଯୋଗ ଲଗାଇଥିବା ବେଳେ ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ।
Punjab Governor withdraws orders calling for Assembly session for a “confidence motion” called by Punjab government due to “absence of specific rules” to do so. pic.twitter.com/k9uKb8ukSe
— ANI (@ANI) September 21, 2022
ପଂଜାବ ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ ପଂଜାବରେ ବିଜେପି ଦ୍ୱାରା କରାଯାଇଥିବା ‘ଅପରେସନ୍ ଲୋଟସ୍’ ପୂର୍ବରୁ ଦିଲ୍ଲୀରେ ବିଫଳ ହୋଇଛି। ପଂଜାବରେ ବିଜେପି ଆପ ବିଧାୟକଙ୍କୁ କିଣିପାରି ନାହିଁ। ତେଣୁ ଆମେ ସଂଖ୍ୟା ଗରିଷ୍ଠତା ବିଜେପିକୁ ଦେଖାଇବାକୁ ଚାହୁଁଛୁ । ଆମର ସବୁ ବିଧାୟକ ସରକାରଙ୍କ ସପକ୍ଷରେ ଅଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ପରେ ବର୍ତ୍ତମାନ ପଞ୍ଜାବ ଆପ୍ ବିଧାୟକଙ୍କ ଉପରେ ନଜର ପକାଇଛି ବିଜେପି। ଆପର ଦଳୀୟ ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚାହୁଁଛି ବିଜେପି । ତେବେ ଏହାକୁ ନେଇ ପଂଜାବ ସରକାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟପାଳ ଏହାକୁ ଅନୁମତି ଦେଇନାହାଁନ୍ତି । ଆସ୍ଥାଭୋଟ ଲଢ଼ିବା ପାଇଁ ସ୍ବତନ୍ତ୍ର ଅଧିବେଶନ ଡାକିବାର ଏପରି କିଛି ନିୟମ ନାହିଁ ବୋଲି କହିଛନ୍ତି ରାଜ୍ୟପାଳ ।
Punjab Governor disallows special session of assembly called by state government
Read @ANI Story | https://t.co/cyNdkIQAmz
#PunjabGovernor #PunjabAssembly pic.twitter.com/RfO5HWpzPf— ANI Digital (@ani_digital) September 21, 2022
ଠାରେ ସୂଚନାଯୋଗ୍ୟ ବିଧାୟକଙ୍କୁ କିଣା ମାମଲା ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମାନ ସରକାର ।
Comments are closed.