Latest Odisha News

BREAKING NEWS

ଆଦିବାସୀ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଜେଏସପି ଫାଉଣ୍ଡେସନ ପକ୍ଷରୁ ସିଲାଇ ତାଲିମ ଓ ଉତ୍ପାଦନ କେନ୍ଦ୍ରର ଶୁଭାରମ୍ଭ

ଯୋଡା/ବଡ଼ବିଲ: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ସାମାଜିକ ଶାଖା, ଜେଏସପି ଫାଉଣ୍ଡେସନ ପକ୍ଷରୁ ବଡ଼ବିଲର ଦେଓଝର ପଞ୍ଚାୟତରେ ଥିବା ଜେଏସପି ପେଲେଟ ପ୍ଲାଣ୍ଟର ଜନ ଜୀବିକା କେନ୍ଦ୍ରରେ ଏକ ସିଲାଇ ତାଲିମ ଓ ଉତ୍ପାଦନ କେନ୍ଦ୍ରର ଶୁଭାରମ୍ଭ କରିଛି । ଏହି କେନ୍ଦ୍ରକୁ ପେଲେଟ ପ୍ଲାଣ୍ଟର ମୁଖ୍ୟ ବ୍ରିଜ୍ ବଧଦ୍ର, ଦେଓଜର ପଞ୍ଚାୟତ ସରପଞ୍ଚ, ଧ୍ରୁବ ଚରଣ ନାୟକ ଏବଂ ପଞ୍ଚାୟତ ସମିତି ସଦସ୍ୟା ଲକ୍ଷ୍ମୀ ମୁଣ୍ଡା ଉଦଘାଟନ କରିଥିଲେ ।

ଜେଏସପି ଫାଉଣ୍ଡେସନର ‘ମହିଳା ସଶକ୍ତିକରଣ’ କାର୍ଯ୍ୟକ୍ରମର ଅଂଶ ଭାବରେ ଏହି କେନ୍ଦ୍ର ଆଦିବାସୀ ମହିଳାମାନଙ୍କ ପାଇଁ ଗୁଣାତ୍ମକ ତାଲିମ ଏବଂ ସେମାନଙ୍କ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ଭିତ୍ତିଭୂମି ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ଆଖପାଖ ଅଞ୍ଚଳର ମହିଳାମାନେ ଏହି କେନ୍ଦ୍ରରେ ସିଲାଇ ତାଲିମ କାର୍ଯ୍ୟକ୍ରମରେ ନାମ ଲେଖାଇ ପାରିବେ, ଯେଉଁଠାରେ ପ୍ରତିବର୍ଷ ୬୦ ଟି ମହିଳାଙ୍କୁ ଦୁଇଟି ବ୍ୟାଚରେ ତାଲିମ ଦିଆଯିବ | ପ୍ରଥମ ବ୍ୟାଚରେ ୩0 ଜଣ ମହିଳା ନାମ ଲେଖାଇଛନ୍ତି। ଫାଉଣ୍ଡେସନ ପୋଷାକ ଉତ୍ପାଦନରେ ତାଲିମ ପ୍ରାପ୍ତ ମହିଳାମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ ଏବଂ ସେମାନଙ୍କ ଉତ୍ପାଦନ ସାମଗ୍ରୀ କିଭଳି ବଜାରରେ ଗ୍ରାହକ ମାନକ ନିକଟରେ ପହଞ୍ଚି ପାରିବ ସେ ଦିଗରେ ସହାୟତା ଯୋଗାଇ ଦେବ  ।

ଉଦଘାଟନୀ ସମାରୋହରେ ତାଙ୍କ ଅଭିଭାଷଣରେ ବଧଦ୍ର କହିଛନ୍ତି, “ଜେଏସପି ଫାଉଣ୍ଡେସନ ଦ୍ୱାରା ଏହି ପଦକ୍ଷେପ ଆଦିବାସୀ ମହିଳାମାନଙ୍କୁ ବହୁ ଆବଶ୍ୟକୀୟ ସୁବିଧା ଯୋଗାଇବ, ଯାହା ସେମାନଙ୍କ ପରିବାରର ଉନ୍ନତି ପାଇଁ ଆର୍ଥିକ ଦୃଷ୍ଟିରୁ ସହାୟକ ହେବ। ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ | ଏହି ସ୍ଥାନରେ ସିଲାଇ ତାଲିମ ଓ ଉତ୍ପାଦନ କେନ୍ଦ୍ର ଆରମ୍ଭ କରିଥିବାରୁ ଆମେ ଫାଉଣ୍ଡେସନ ପ୍ରତି କୃତଜ୍ଞ।”

କାର୍ଯ୍ୟକ୍ରମ ଉପରେ ମନ୍ତବ୍ୟ ରଖି କମ୍ପାନୀର ସଭାପତି ତଥା ସିଏସ୍ଆର୍ ମୁଖ୍ୟ ଏବଂ କର୍ପୋରେଟ୍ ଯୋଗାଯୋଗ ବିଭାଗ ମୁଖ୍ୟ – ଓଡ଼ିଶା, ପ୍ରଶାନ୍ତ ହୋତା କହିଛନ୍ତି,, “ଆଖପାଖ ଅଞ୍ଚଳରେ ସାମଗ୍ରିକ ବିକାଶ ଆମ କମ୍ପାନୀର ମୂଳ ବ୍ୟବସାୟିକ ଦର୍ଶନ ଅଟେ। ଆମର ନିରନ୍ତର ପ୍ରୟାସ ଏବଂ ସୁଚିନ୍ତିତ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ପ୍ରତ୍ୟେକ ଅସହାୟ ବ୍ୟକ୍ତି ପାଖରେ ପହଞ୍ଚିବା ଆମର ମୂଳ ଲକ୍ଷ୍ୟ । ଏହି ସିଲାଇ ତାଲିମ୍ ଓ ଉତ୍ପାଦନ କେନ୍ଦ୍ର ହେଉଛି ଆମର ଅନେକ ପଦକ୍ଷେପ ମଧ୍ୟରୁ ଏକ ପଦକ୍ଷେପ, ଯାହା ଏହି ଅଞ୍ଚଳର ଆଦିବାସୀ ମହିଳାମାନଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିବ, ଯାହା ସେମାନଙ୍କର ସୁଖୀ ପାରିବାରିକ ଜୀବନଯାପନରେ ସହାୟକ ହେବ ।”

Leave A Reply

Your email address will not be published.