Latest Odisha News

BREAKING NEWS

ହସ୍ପିଟାଲ ବେଡରେ ବାବୁସାନ୍, ଏହି ରୋଗରେ ହୋଇଛନ୍ତି ଅସୁସ୍ଥ

ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ। ସେ ଏବେ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ପୂର୍ବ ଅପେକ୍ଷା ସେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତିନି- ଚାରି ଦିନ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ‘ପାକସ୍ଥଳୀରେ ସମସ୍ୟା’ ଉପୁଜିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଫିଲ୍ମ ଦମନ ପାଇଁ ପ୍ରୋମୋସନରେ ଥିବା ବେଳେ ବାବୁସାନ ଅସୁସ୍ଥ ହୋଇପଡିଥିବା ସୂଚନା ରହିଛି।

ନିକଟରେ ବାବୁସାନ ତାଙ୍କ ପତ୍ନୀ ତୃପ୍ତିଙ୍କ ସହ ବିବାଦ ପାଇଁ ବିବାଦରେ ଥିଲେ। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଯିବା ବେଳେ ତୃପ୍ତି ଆସି ପ୍ରକୃତିଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିିଳିଥିଲା। ତୃପ୍ତି ଅଭିଯୋଗ କରିଥିଲେ ଯେ ପ୍ରକୃତି ମିଶ୍ରଙ୍କ ପାଇଁ ତାଙ୍କ ପାରିବାରିକ ମାମଲା ବିବାଦୀୟ ହୋଇପଡ଼ିଥିଲେ। ପରେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.