Latest Odisha News

BREAKING NEWS

ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟୁଛି

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟିବାକୁ ଆରମ୍ଭ ହୋଇଗଲାଣି । ବିମାନ ବନ୍ଦର ର ଯାତ୍ରୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏହଳି ହେବାର ମୁଖ୍ୟତଃ ଦୁଇଟି କାରଣ ରହିଛି ।

ପ୍ରଥମ କାରଣଟି ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ବିମାନ ଗୁଡିକ ବାରମ୍ବାର ବାତିଲ ହେଉଛି। ବିମାନ ସେବା ସବୁବେଳେ ଉପଲବ୍ଧ ରହୁନି । ଶେଷ ସମୟରେ ବିମାନ କୁ ବାତିଲ କରିଦିଆଯାଇଛି। ଯାହା ଫଳରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ କରି ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି। ଦେଶର ରାଜଧାନୀ ଦିଲ୍ଲୀ ସହିତ ପଶ୍ଚିମ ଓଡିଶା କୁ ଯୋଡୁଥିବା ସ୍ପାଇସ୍ ଜେଟ କମ୍ପାନୀର ଏହି ବିମାନ ଗତ ୩ବର୍ଷ ଧରି ସଫଳତାର ସହିତ ଉଡାଣ କରୁଥିବା ବେଳେ କେବଳ ଓଡିଶା ନୁହେଁ ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଝାଡ଼ଖଣ୍ଡ ରାଜ୍ୟର ଯାତ୍ରୀ ମଧ୍ୟ ଏହି ବିମାନ ବନ୍ଦର ଉପରେ ନିର୍ଭର କରୁଥିଲେ। ତେଣୁ ଏହି ରୁଟ୍ ଟି ସବୁଠାରୁ ସଫଳ ଓ ଗୁରୁତ୍ୱ ପୂର୍ଣ୍ଣ ରୁଟ୍ ବୋଲି ଅନୁମାନ କରାଯାଉଥିଲା। ତେଣୁକରି ଦିଲ୍ଲୀ-ଝାରସୁଗୁଡା ରୁଟ୍ କୁ ଡବଲ ରୁଟ୍ କରାଯିବା ସହିତ ଅନନ୍ୟା ରୁଟ ଖୋଲିବ ବୋଲି ଆଶା ଉଜ୍ଜୀବିତ ହୋଇଥିଲା । କିନ୍ତୁ ଚିନ୍ତାର ବିଷୟ ଡବଲ ରୁଟ୍ ସ୍ଥାନରେ ସିଙ୍ଗଲ ରୁଟ୍ ମଧ୍ୟ ଏବେ ଶେଷ ସମୟ ରେ ବାତିଲ କରିଦିଆଯାଇଛି।

ଅନ୍ୟ ଏକ କାରଣ ଟି ହେଉଛି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ମୁଖ୍ୟ ଲକ୍ଷ୍ୟ ଥିଲା ସବୁବର୍ଗ ଲୋକଙ୍କର ବିମାନ ବସିବା ସ୍ଵପ୍ନ କୁ ସାକାର କରିବା। କିନ୍ତୁ ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଉଡାଣ ସ୍କିମ୍ ର ଆର ସି ଏସ ସ୍କିମ ବନ୍ଦ ହୋଇଯିବାପରେ ବିମାନର ଟିକେଟ ଦରବୃଦ୍ଧି ପାଇଛି ଯାହାକି ସମସ୍ତ ବର୍ଗର ଲୋକଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ଯଦି ପୁଣି ଉକ୍ତ ସୁବିଧାକୁ ଉପଲବ୍ଧ କରାଯାଏ ତେବେ ସାଧାରଣ ଲୋକଙ୍କ ବିମାନରେ ବସିବା ସପ୍ନ ସାକାର ହୋଇପାରିବା ସହିତ ଯାତ୍ରୀସାଂଖ୍ୟ ରେ ମଧ୍ୟ ଦ୍ରୁତଗତିରେ ବଢିପାରିବ।

ଅନ୍ୟ ପଟେ ୨୦୨୩ ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି । ହକି ବିଶ୍ୱ କପ୍ ପଶ୍ଚିମ ଓଡ଼ିଶା ସମେତ ପୁରା ଓଡିଶା ରାଜ୍ୟ ପାଇଁ ଏକ ଗୌରବର କଥା। ଏହି ହକି ବିଶ୍ୱ କପ୍ ରେ ଦେଶ ବିଦେଶ ରୁ ଦର୍ଶକ ଓଡିଶାକୁ ଆସିବେ। ତେଣୁ ଏହା ପଶ୍ଚିମ ଓଡ଼ିଶା ବାସୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଦେଶ ବିଦେଶରୁ ଦର୍ଶକ ଆସିଲେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ କୁ ବୁଲିବା ସହ ପଶ୍ଚିମ ଓଡିଶାର କଳା, ସଂସ୍କୃତି କୁ ଆଗେଇ ନେବାରେ ସହାୟକ ହେବ ।ଯାହା ପଶ୍ଚିମ ଓଡ଼ିଶାକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିପାରିବ। କିନ୍ତୁ ବର୍ତ୍ତମାନ ପରି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ବିମାନ ସେବା ରହିଲେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହି ସୁବର୍ଣ୍ଣ ସୁଯୋଗ କୁ ହାତଛଡ଼ା ନକରି ବିମାନ ସେବାକୁ ସୁଧାରିବା ସୁଧାରିବା ପାଇଁ ଜନସାଧାରଣ ଦାବିକରିଛନ୍ତି।

Leave A Reply

Your email address will not be published.