Latest Odisha News

BREAKING NEWS

ଚାଲିଗଲା ଚାକିରି, ଚାଲି ଚାଲି ୧୩ଶହ କିଲୋମିଟର ପାର କରି ଘରକୁ ଗଲେ ବ୍ୟକ୍ତି !

କରୋନା ପରଠାରୁ ବେକାରୀ ସମସ୍ୟା ବଢିଚାଲିଛି। ଏତିକି ବେଳେ ଯଦି କୌଣସି ବ୍ୟକ୍ତି ଚାକିରି ହରାନ୍ତି, ତେବେ ତାଙ୍କୁ ଅନେକ ମାନସିକ ଚାପ ଦେଇ ଗତି କରିବାକୁ ପଡେ। କାରଣ ପେଟ ପାଇଁ ରୋଜଗାର ହିଁ ମଣିଷର ଏକମାତ୍ର ସାହା ଭରସା । କିନ୍ତୁ ଥାଇଲ୍ୟାଣ୍ଡରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଠାରେ ଜଣେ ବ୍ୟକ୍ତି ଚାକିରି ହରା ହେବା ପରେ ନିଜ ଘରକୁ ଯିବାକୁ ସ୍ଥିର କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ୧,୩୫୦ କିଲୋମିଟର ଦୂରରେ ଥିବା ନିଜ ଘରେ ଚାଲି ଚାଲି ଯିବାକୁ ସ୍ଥିର କରିଥିଲେ। ବ୍ୟକ୍ତିଜଣଙ୍କ ୧୨ ଦିନ ମଧ୍ୟରେ ୩୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। କାରଣ ତାଙ୍କ ନିକଟରେ ଟଙ୍କାର ଅଭାବ ଥିଲା।

କଥାରେ ଅଛି ଟଙ୍କା ମଣିଷକୁ ରାସ୍ତାରେ ଆଣିଦିଏ ଏବଂ ସେହି ଟଙ୍କା ମଣିଷକୁ ରାଜ ସିଂହାସନରେ ବସାଏ। ଏଠାରେ ଉକ୍ତ ବ୍ୟକ୍ତିଙ୍କ ସହ ଏପରି ହିଁ କିଛି ଘଟିଛି। ରିପୋର୍ଟ ଅନୁଯାୟୀ, ସାତ ମାସ ପୂର୍ବେ ବ୍ୟକ୍ତିଜଣଙ୍କ ଏକ ସ୍ଥାନରେ ଚାକିରି କରୁଥିଲେ। ଚାକିରିରୁ ଯେତିକି ଟଙ୍କା ରୋଜଗାର ହେଉଥିଲା ନିଜ ପରିବାରକୁ ପଠାଉଥିଲେ। କିନ୍ତୁ ଦିନେ ଏପରି ଏକ ସମୟ ଆସିଲା ବ୍ୟକ୍ତି ଜଣଙ୍କ ଚାକିରି ହରା ହେଲେ। ତାଙ୍କ ନିକଟରେ ଟଙ୍କା ଅଭାବ ହେବାରୁ କୌଣସି ଉପାୟ ନପାଇ ଏହି ୪୨ ବର୍ଷୀୟ ବ୍ୟକ୍ତି ନିଜ ଘରକୁ ଚାଲି ଚାଲି ଯିବାକୁ ସ୍ଥିର କଲେ।

୧୨ ଦିନ ନିରନ୍ତର ଚାଲିବା ପରେ ମଧ୍ୟ ବ୍ୟକ୍ତି ଜଣଙ୍କର ରାସ୍ତା ସରିନଥିଲା। ତାଙ୍କର ଆହୁରୀ ହଜାରେ କିଲୋମିଟର ଯାତ୍ରା କରିବା ବାକି ଥିଲା। ରିପୋର୍ଟ ଅନୁଯାୟୀ ଏହି ମାମଲାଟି ଥାଇ ସେନାଙ୍କ କାନରେ ପଡିଲା। ସେନା ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ଟ୍ରେନ ଟିକେଟ କିଣିବା ପାଇଁ ଟଙ୍କା ସାହାଯ୍ୟ କଲେ। ଏନେଇ ସେନା କହିଛନ୍ତି ଯେ, ସେମାନେ ବିମାନ ଟିକେଟ ପାଇଁ ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଦେବାକୁ ଚାହୁଁଥିଲେ କିନ୍ତୁ ବିମାନର ଯାତ୍ରା ବିଷୟରେ ଉକ୍ତ ବ୍ୟକ୍ତି କିଛି ଜାଣିନଥିଲେ। ବାଟରେ ଯଦି ଭୋକ ଲାଗେ ତେବେ ବ୍ୟକ୍ତି ଜଣକ କୌଣସି ଏକ ମନ୍ଦିରରେ ଅଟକି ଯାଉଥିଲେ। ଏହିପରିକି ପାଣି ପିଇବା ପାଇଁ ମଧ୍ୟ ସେ ସୈନିକମାନଙ୍କ ସାହାଯ୍ୟ ଲୋଡିଥିଲେ। ସେନା ଉକ୍ତ ବ୍ୟକ୍ତିଙ୍କୁ ୨,୦୦୦ ଟଙ୍କା ଦେଇ ରେଳ ଷ୍ଟେସନକୁ ନେଇଗଲେ। ଏହା ପରେ ବ୍ୟକ୍ତି ଟ୍ରେନରେ ଯାତ୍ରା କରି ତାଙ୍କ ଘରେ ପହଞ୍ଚିଥିଲେ।

Leave A Reply

Your email address will not be published.