ପୁରୀ: ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଓଡିଶାର କଳା ସଂସ୍କୃତିକୁ ସାରା ବିଶ୍ୱ ରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ କଲେ ବାଲିର ଖୁଦ୍ର କୋଣାର୍କ ମିନ୍ଦିର । ଏହି ବାଲୁକା କଳାରେ ସେ ଓଡିଶାର ଐତିହ୍ୟ, ଭାସ୍କର୍ଯ୍ୟ ଏବଂ କଳା ନୈପୁର୍ଣ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି ।
ବାଲୁକା କଳା ମାଧ୍ୟମରେ କୋଣାର୍କ ମନ୍ଦିରକୁ ପୁଣି ଥରେ ବିଶ୍ୱ ଦରବାରରେ ପହଁଚାଇବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ । ସେ ବାଲିରେ ଖୁଦ୍ର କୋଣାର୍କ ମନ୍ଦିର ର ପ୍ରତିମୂର୍ତ୍ତି ନିର୍ମାଣ କରି ସାରା ବିଶ୍ୱରେ ଓଡିଶାକୁ ପର୍ଯ୍ୟଟନ ମାନଚିତ୍ରରେ ପରିଚିତ କରିବାକୁ ପ୍ରୟାସ କରିଛନ୍ତି । ବିଶ୍ୱବାସୀ ଓଡିଶାକୁ ଆସି ଓଡିଶାର କଳା ନୈପୁର୍ଣ୍ୟକୁ ଉପଭୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ବାଲୁକା କଳାଟି 3ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 3 କୁଇଣ୍ଟାଲ ବାଲି ଉପଯୋଗ କରାଯାଇଛି । ଓ୍ବେଲକମ୍ ଟୁ ଓଡ଼ିଶା ଏବଂ ଓ୍ବାଲର୍ଡ ଟୁରିଜିମ୍ ଡେ ର ବାର୍ତ୍ତା ଦେଇଛନ୍ତି ଶିଳ୍ପୀ ମାନସ କୁମାର ସାହୁ ।
Comments are closed.