Latest Odisha News

BREAKING NEWS

କ୍ଷେତରେ ହଳ କରୁଥିବା ବେଳେ ମିଳିଲା ଅମୂଲ୍ୟ ରତ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣଙ୍କ ଭାଗ୍ୟ କେତେବେଳେ କେମିତି ପରିବର୍ତ୍ତନ ହୋଇଯିବ ତାହା ଆପଣ କେବେ କଳ୍ପନା କରିପାରିବେ ନାହିଁ। ହୁଏତ ବାଟରେ ଗଲାବେଳେ କିମ୍ବା  ଈଶ୍ୱରଙ୍କ କୃପାରୁ, ବେଳେ ବେଳେ ଏମିତି ପରିସ୍ଥିତି ଆସିବ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ। କଥାରେ ଅଛି ମାଟି ଖୋଳୁ ଖୋଳୁ ମହାଦେବ। ଠିକ୍ ଏମିତି ଏକ ଘଟଣା ଇସ୍ରାଇଲର ଗାଜା ପଟ୍ଟିର ଜଣେ ଚାଷୀଙ୍କ କ୍ଷେତ୍ରରେ ଘଟିଛି। ଯେଉଁଥିପାଇଁ ଆଜି ସେ ଇସ୍ରାଇଲରେ ଚର୍ଚ୍ଚାକୁ ଆସିଛନ୍ତି। ଏକ ଜମିରେ ଚାଷୀଟି ହଳ କରୁ କରୁ ଏକ ବାକ୍ସ ପାଇଛନ୍ତି ଯେଉଁଥିରେ ଖଜାନା ଥିବା କଥା କୁହାଯାଉଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଜମିରୁ ମିଳିଥିବା ଏହି ଖଜାନା ହେଉଛି ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାଲେଷ୍ଟାଇନର ଜଣେ କୃଷକ ଚାରା ରୋପଣ ପାଇଁ ହଳ କରୁଥିଲେ। ସେତେବେଳେ ସେ ଜମି ଭିତରୁ ବାକ୍ସ ଭଳି ବହୁତ ଜିନିଷ ଦେଖିବାକୁ ପାଇଲେ। ଏହା ପରେ ଚାଷୀ ନିଜ ପୁଅ ସହିତ ଦୀର୍ଘ ତିନି ମାସ ଧରି ଜମି ଖନନ କରିଥିଲେ। ପରେ ସେମାନଙ୍କୁ ଜମିରୁ ଅମୂଲ୍ୟ ସମ୍ପଦ ମିଳିଥିଲା। ଏହାକୁ ମୋଜାଇକ୍ କୁହାଯାଉଛି। ଏହି ମୋଜାଇକ୍ ଦେଖିବାକୁ ରଙ୍ଗ ବେରଙ୍ଗ ଖଣ୍ଡ ପଥର ସଦୃଶ। ଏହାକୁ ବାଇଜାଣ୍ଟାଇନ ଯୁଗର ଏକ ଅଳଙ୍କାର ବୋଲି ମଧ୍ୟ କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ଏହି ପାଲେଷ୍ଟାଇନ କୃଷକ ଉକ୍ତ ଅଳଙ୍କାରକୁ ପାଇବା ମାତ୍ରେ ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରିଛନ୍ତି। ବର୍ତ୍ତମାନ ଚାଷୀଙ୍କ ଐତିହ୍ୟ ଜମି ସୁରକ୍ଷା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ନିଟକରେ ରହିଛି। ସେପଟେ ଚାଷୀଙ୍କ କ୍ଷତିପୂରଣ ବାବଦରେ ମଧ୍ୟ ଆଲୋଚନା ଚାଲିଛି। ସୂଚନା ଥାଉକି, ଯେଉଁ ସ୍ଥାନରୁ ଏହି ଖଜାନା ମିଳିଛି ସେହି ସ୍ଥାନକୁ ନେଇ ସର୍ବଦା ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ମଧ୍ୟରେ ବିବାଦ ଚାଲେ। ତେଣୁ ଏହି ପ୍ରତ୍ନତାତ୍ତ୍ୱିକ ଭଣ୍ଡାରର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତାର ବିଷୟ ପାଲଟିଛି।

ଗାଜା ଅଞ୍ଚଳ ଯେଉଁଠାରେ ଏହି ଖଜାନା ମିଳିଛି ଇସ୍ରାଏଲ୍ ସୀମାଠାରୁ ମାତ୍ର ଏକ କିଲୋମିଟର ଦୂରରେ। ଏହି ଖଜାନା ବିଷୟରେ ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହା ପଞ୍ଚମରୁ ସପ୍ତମ ଶତାବ୍ଦୀ ପୂରୁଣା। ପ୍ରାଚୀନ କାଳରେ ଗାଜା ପଟ୍ଟିରେ ମିଶର ଏବଂ ଲେଭାଣ୍ଟ ମଧ୍ୟରେ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଥିଲା। ସେପଟେ ଏହି ଅନନ୍ୟ ଆବିଷ୍କାରର ସୁରକ୍ଷା ପାଇଁ ସେ ସରକାରଙ୍କଠାରୁ କ୍ଷତିପୂରଣ ଆଶା କରୁଛନ୍ତି ବୋଲି ଚାଷୀ କହିଛନ୍ତି।

Comments are closed.