Latest Odisha News

ଆପକୁ ହାଇକୋର୍ଟଙ୍କ ଝଟକା, ଏଲଜିଙ୍କ ବିରୋଧରେ କରିଥିବା ପୋଷ୍ଟ ହଟେଇବ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିକୁ ମଙ୍ଗଳବାର ଝଟକା ଲାଗିଛି । ଲେଫ୍ଟନାଂଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କ ବିରୋଧରେ ଦଳ କରିଥିବା ସମସ୍ତ ପୋଷ୍ଟକୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଲଜି କରିଥିବା ମାନହାନି ମାମଲାରେ ହାଇକୋର୍ଟ ଏହି ଶୁଣାଣୀ କରିଛନ୍ତି । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଦୁର୍ନୀତି ବିରୋଧରେ ଏଲଜି ସିବିଆଇ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାର ଜବାବରେ ଆପ ନେତାମାନେ ସକ୍ସେନାଙ୍କ ବିରୋଧରେ ୧୪୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଥିଲେ ।

ଏ ନେଇ ଏଲଜି ୫ ଆପ ନେତାଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରୁଥିଲେ । କୌଣସି ପ୍ରମାଣ ନ ଥାଇ ଉଦ୍ଦେଶ୍ୟମୂଳକ ଭାବେ ମୋର ଏବଂ ମୋ ପରିବାରର ମାନ ହାନୀ କରାଯାଉଛି ବୋଲି କୋର୍ଟରେ ଉଲ୍ଲେଖ କରିଥିଲେ । ଭବିଷ୍ୟତରେ ମନଇଚ୍ଛା ଏ ପରି ପୋଷ୍ଟ ନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.