Latest Odisha News

BREAKING NEWS

ବିବେକଙ୍କ ବିଫ ବୟାନ ନେଇ ସୃଷ୍ଟି ହେଲା ବିବାଦୀୟ ପରିସ୍ଥିିତି

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ବିବେକ ଅଗ୍ନିହୋତ୍ରୀଙ୍କ ଏକ ପୁରୁଣା ବୟାନ ବଲିଉଡରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏକ ଭିଡିଓରେ ବିବେକ ମୁଁ ବିଫ ଖାଉଥିଲି ଏବଂ ଏବେ ଖାଉଛି । ଭିଡିଓ ଭାଇରାଲ ହେବା ପରେ ତାଙ୍କ ଫିଲ୍ମକୁ ବୟକଟ କରିବା ନେଇ ଟ୍ରେଣ୍ଡ ସୃଷ୍ଟି ହୋଇଛି । ତେବେ ବିବେକ ଏହି ଘଟଣାରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଭିଡିଓରେ ସାଉଣ୍ଡକୁ ଏଡିଟ କରାଯାଇଛି । ଏହି ଭିଡିଓରେ ମୁଁ ପ୍ରକୃତରେ କହିଥିଲି ହଁ ମୁଁ ବିଫ ଖାଉଥିଲି ମାତ୍ର ଏବେ ଖାଉ ନାହିଁ । ଖାଉ ନାହିଁ ଶବ୍ଦକୁ ଏଡିଟ କରାଯାଇଛି । ମୁଁ ଏବେ ସମ୍ପୂର୍ଣ୍ଣ ଶାକାହାରୀ । ଏ ଭଳି ଉଦ୍ଦେଶ୍ୟମୂଳକ ବିବାଦକୁ ମୁଁ ଖାତିର କରେନି । ମୁଁ ଯେଉଁ ଗେମ ଖେଳୁଛି ତାର ନିୟମ ବି ମୋତେ ଜଣା ।

ମୋ ପ୍ରତିଦ୍ୱନ୍ଦ୍ୱୀ ନିଶ୍ଚିତ ଭାବେ ମୋତେ ଟାର୍ଗେଟ କରିବେ ଏଥିପାଇଁ ମୁଁ ପ୍ରସ୍ତୁତ ବୋଲି ବିବେକ କହିଛନ୍ତି । ନିକଟରେ ବିବେକ ଏକ ପ୍ରୋଗ୍ରାମ ଆରମ୍ଭ କରୁଛନ୍ତି । ଯେଉଁଥିରେ ସେ ଲୋକମାନଙ୍କୁ ସୁସ୍ଥ ଜୀବନ ଶୈଳୀ ସମ୍ପର୍କରେ ଆଲୋଚନା କରିବେ । ସୂଚନାଯୋଗ୍ୟ, ବ୍ରହ୍ମାସ୍ତ୍ର ହୀରୋ ରଣବୀର କାପୁର ମଧ୍ୟ ବିଫ ଖାଉଥିବା ବୟାନ ନେଇ ବିବାଦକୁ ଆସିଥିଲେ । ଯାହା ଫଳରେ ତାଙ୍କ ଫିଲ୍ମକୁ ବୟକଟ କରିବା ଦାବୀ ଜୋର ଧରିଥିଲା ।

Leave A Reply

Your email address will not be published.