Latest Odisha News

ଓଡ଼ିଆରେ ଦେଇ ହେବ OCS ପରୀକ୍ଷା, ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । କ୍ୟାବିନେଟରେ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ସଂଶୋଧନକୁ ମଞ୍ଜୁରୀ ମିଳିଛି । UPSC ଭଳି OCSରେ ଗୋଟିଏ ଅପସିନାଲ ରହିବ । ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ହେବ । ଓଡ଼ିଆରେ ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ ।

ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ କରାଯାଇଛି । ପରୀକ୍ଷାର୍ଥୀ ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖି ପାରିବେ । କେତେଥର କେଉଁ ବର୍ଗ ପରୀକ୍ଷା ଦେଇପାରିବେ ସେଥିରେ ବି ସଂଶୋଧନ ଅଣଯାଇଛି । ପୂର୍ବରୁ ଅଣସଂରକ୍ଷିତ ବର୍ଗ ୪ ଥର ପରୀକ୍ଷା ଦେଉଥିଲେ, ଏଣିକି ୬ ଥର ଦେଇପାରିବେ । ପୂର୍ବ ଭଳି SC/ST ବର୍ଗ ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ ।

Leave A Reply

Your email address will not be published.