Latest Odisha News

BREAKING NEWS

ଘର କରାଇ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଆରଏସ୍

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜିଆରଏସ୍ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ । ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ଧରା ପଡିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବା ପାଇଁ କନକତୋରା ଗାଁର ସୁବାଷ ପ୍ରଧାନଙ୍କୁ ଜିଆରଏସ ଲାଞ୍ଚ ମାଗିଥିଲେ । ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ସୁବାଷଙ୍କ ଠାରୁ ଲାଞ୍ଚ ନେବା ବେଳେ ଜିଆରଏସ ମନୋଜ କୁମାର ସାହୁଙ୍କୁ ଭିଜିଲାନ୍ସ ଧରିଛି । ତାଙ୍କ ଠାରୁ ଲାଞ୍ଚ ୧୪ ହଜାର ଟଙ୍କା ଜବତ ସହ ଅଫିସରେ ଯାଞ୍ଚ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.