ନୂଆଦିଲ୍ଲୀ: ଆତଙ୍କବାଦୀ ଗତିବିଧି ନେଇ କେନ୍ଦ୍ର ସରକାର ପପୁଲାର ଫ୍ରଂଟ ଅଫ ଇଣ୍ଡିଆକୁ ବ୍ୟାନ କରିଛି । ଏନଆଇଏ ସେପ୍ଟମ୍ବର ୨୨ରେ ୧୫ ରାଜ୍ୟରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ପିଏଫଆଇ ସଦସ୍ୟ ମହମ୍ମଦ ବଶୀରଙ୍କ ଘରୁ କେରଳର ୫ ଆରଏସଏସ ଟାର୍ଗେଟରେ ଥିବା ପ୍ରମାଣ ମିଳିଥିଲା । ଏହାକୁ ଦେଖି କେନ୍ଦ୍ର ସରକାର ଏହି ୫ ନେତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ପ୍ରଦାନ କରିଛି । ଗୃହ ମନ୍ତ୍ରଣାଳୟ ଓ ଗୋଇନ୍ଦ ବିଭାଗ ପକ୍ଷରୁ ଏ ନେଇ ଆଲର୍ଟ କରାଯାଇଥିଲା । ଉପରୋକ୍ତ ନେତାଙ୍କ ସହ ଏଥର ୨ରୁ୩ କମାଣ୍ଡୋ ସର୍ବଦା ରହିବେ । ପଶ୍ଚିମବଙ୍ଗର ବିଜେପି ଏମପି ସଞ୍ଜୟ ଜୟସୱାଲଙ୍କୁ ମଧ୍ୟ ଏହି ସୁରକ୍ଷା ପ୍ରଦାନ କରାଯାଇଛି ।
ଅଗ୍ନିପଥ ଯୋଜନାର ଆରମ୍ଭ ବେଳେ ସଞ୍ଜୟ ଏବଂ ଅନ୍ୟ ବିଜେପି ନେତାଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । ସେଥିପାଇଁ ଏହି ସିକ୍ୟୁରିଟି ପ୍ରଦାନ କରାଯାଇଛି । ସିଆରପିଏଫର ଭିଆଇପି ସୁରକ୍ଷା ପରିସରରେ ଏବେ ଓଭରାଲ ୧୨୫ ଲୋକ ସାମିଲ ହୋଇଛନ୍ତି । ପିଏଫଆଇକୁ ବ୍ୟାନ କରାଯିବା ପରେ ଏହାର ସଦସ୍ୟମାନେ ଉଗ୍ର ହୋଇ ଉଠିଛନ୍ତି । ସେମାନଙ୍କ କାର୍ଯ୍ୟକଳାପ ଉପରେ ସରକାର କଡା ନଜର ରଖିଛି ।
Comments are closed.