Latest Odisha News

BREAKING NEWS

କାନପୁରରେ ପୋଖରି ଭିତରକୁ ଟ୍ରାକ୍ଟର ଓଲଟି ପଡ଼ିବାରୁ 25 ଜଣ ମୃତ

କାନପୁର:ଉତ୍ତରପ୍ରଦେଶ କାନପୁରରେ ବଡ଼ ଅଘଟଣ ଘଟିଛି । ବନ୍ଧୁ ପରିଜନଙ୍କ ସହ  ଏକ ବର୍ଷ ପୁଅର ମୁଣ୍ଡନ ସଂସ୍କାର ସାରି ଫେରୁଥିବା ବେଳେ ପୋଖରି ଭିତରକୁ ଓଲଟି ପଡିଛି ଟ୍ରାକ୍ଟରର ଟ୍ରଲି । 40 ଜଣ ଟ୍ରଲିରେ ବସିଥିବା ବେଳେ ସେଥିରୁ 25ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପାଣି ଭିତରେ ବୁଡିଯିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଛି । ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ପୋଲିସ ପ୍ରଶାସନ ଗୁରତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି ।

ମୃତକଙ୍କ ମଧ୍ୟରେ 11 ଶିଶୁ ଅଛନ୍ତି । ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ରାତି 9ଟାରେ ଏହି ଦୁର୍ଘଟଣା ଘଟିଛି । କୋରଥା ଗାଁର ରାଜୁ ନିଷାଦ ନିଜ ପୁଅର ମୁଣ୍ଡନ ସଂସ୍କାର ପାଇଁ  ଉନ୍ନାବ ନିକଟସ୍ଥ  ଚନ୍ଦ୍ରିକା ଦେବୀ ମନ୍ଦିର ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଗମ୍ଭିରପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଦୁଇ ଲକ୍ଷ ଟଙ୍କାର ସହାୟତା ମୃତକଙ୍କ ପରିବାରଲୋକଙ୍କ ପାଇଁ ଘୋଷଣା କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.