ବ୍ରହ୍ମପୁର: ପୁଣି ଏକ ବଡ଼ ଧରଣର ଚୋରା ସୁନା ଚାଲାଣକୁ ଧରିଛି ବ୍ରହ୍ମପୁର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୂପ ବ୍ରହ୍ମପୁରକୁ ଅଣାଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ଙ୍କ ପାଖକୁ ସୂଚନା ଆସିଥିଲା। ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନା ପୋଲିସର ଅଧିକାରୀମାନେ ସାଧା ପୋଷାକରେ ପାଟ୍ରୋଲିଂ କରିଥିଲେ। ୫୯ ନମ୍ବର ଜାତୀୟ ରାଜପଥର ଗିରିସୋଲା ଗେଟ୍ ଠାରୁ ଗୋଳନ୍ଥରା ଥାନା ପର୍ଯ୍ୟନ୍ତ ଅଞ୍ଚଳରେ ପାଟ୍ରୋଲିଂ କରାଯାଇଥିଲା। ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ପଟରୁ ଆସି କାର(କେଏ୦୧ଏମଆର୧୫୪୫) ଓଡ଼ିଶା ସୀମା ଭିତରେ ପ୍ରବେଶ କରିଥିଲା। ରବିବାର ଭୋର୍ ସମୟରେ ଓଡ଼ିଶା ସୀମାକୁ ପ୍ରବେଶ କରିବାର କିଛି ଦୂର ପରେ ଅର୍ଥାତ ଗୋଳନ୍ଥରା ଥାନା ପାଖରେ କାରକୁ ଅଟକାଇଥିଲା ପୋଲିସ। କାର୍ ଚାଳକଙ୍କ ସମେତ ୩ଜଣ ଭିତରେ ବସିଥିଲେ। କାର୍ ଭିତରେ ପ୍ରାୟ ୩ କିଲୋ ୭ଶହ ଗ୍ରାମ ଓଜନର ସୁନା ଏବଂ ପ୍ରାୟ ୧୮୦ କିଲୋ ରୂପା ମିଳିଥିଲା। କାରରେ ବସିଥିବା ବ୍ୟକ୍ତିମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏପରିକି ଆବଶ୍ୟକ ବିଲ୍ ମଧ୍ୟ ତାଙ୍କ ପାଖରେ ନଥିଲା। ଥାନାକୁ ଆଣି ଏହାର ତଦନ୍ତ ପାଇଁ ଜିଏସଟି ବିଭାଗ ଏବଂ ଆୟକର ବିଭାଗକୁ ଯୋଗାଯୋଗ କରାଯାଇଛି। ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ଦେଖିବାକୁ ଗଲେ ଏହା ପ୍ରଥମ ଘଟଣା ନୁହଁ। ଗତ କିଛି ଦିନ ଭିତରେ ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ନେବାଆଣିବା ସମୟରେ ପୋଲିସ ଧରିଛି। ଏଣୁ ବ୍ରହ୍ମପୁରରେ ଏକ ବଡ଼ ଧରଣର ଚୋରା ସୁନା କାରବାର ଚାଲିଥିବା ସନ୍ଦେହ କରାଯାଉଛି।
BREAKING NEWS
- ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
- ଭାରତର ଏହି ସ୍ୱଦେଶୀ ବ୍ରାଉଜର୍ କ୍ରୋମ୍-ଫାୟାରଫକ୍ସକୁ ଦେବ ଟକ୍କର
- ଓଡ଼ିଶାରେ କଇଁଛଙ୍କ ସଂଖ୍ୟା ୧୫.୧୧ ଲକ୍ଷ ଟପିଲା
- ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ
- ବିରଜା ମନ୍ଦିର ଭିତରେ ପଶିଲେ ବିଦେଶୀ ନାଗରିକ
- ଏଣିକି ଲୁଣି ପାଣିରେ ବିଘଟିତ ହେବ ପ୍ଲାଷ୍ଟିକ!
- ଇରାନକୁ ଟ୍ରମ୍ପଙ୍କ ବୋମାମାଡ଼ ଧମକ
- ରାଜ୍ୟବ୍ୟାପୀ ଓଡିଶା ଦିବସ ପାଳିବ ବିଜେଡି
- ଧୋନିଙ୍କୁ କାହିଁକି ଏସବିଆଇ ଦିଏ ୬ କୋଟି ଟଙ୍କା? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
- ଇଣ୍ଡିଗୋ ଉପରେ ୯୪୪ କୋଟି ଟଙ୍କାର ଜୋରିମାନା
Comments are closed.