ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ପିତ୍ତାଶୟ ଯକୃତର ସେହି ଥଳୀ ଯେଉଁଥିରେ ପିତ ରହେ। ଏହାକୁ ଇଂରାଜୀରେ ଗଲବ୍ଲାଡଡର୍ ବା ପିତ୍ତାଶୟ ଥଳି କୁହାଯାଏ। ଗଲବ୍ଲାଡର୍ ଏକ ସମ୍ବେଦନଶୀଳ ଅଙ୍ଗ। ଯଦି ଆପଣ ସୁସ୍ଥ ଖାଦ୍ୟ ଖାଆନ୍ତି, ତେବେ ଆପଣଙ୍କୁ ପିତ୍ତାଶୟ ସମ୍ବନ୍ଧୀୟ ରୋଗ ହେବ ନାହିଁ। ତେବେ ଆଜିକାଲିର ଜୀବନଶୈଳୀ ଏବଂ ଖାଦ୍ୟପାନୀୟ ଦ୍ୱାରା ପିତ୍ତାଶୟ ସମ୍ବନ୍ଧୀୟ ରୋଗରେ ଅଧିକାଂଶ ଲୋକେ ଆକ୍ରାନ୍ତ ହୁଅନ୍ତି। ଯେପରି କି ଗଲବ୍ଲାଡର ପଥର ବା ପିତ୍ତପଥୁରୀ ରୋଗ ।
ଦୁଗ୍ଧ ଏବଂ ଏଥିରୁ ନିର୍ମିତ ଜିନିଷ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଆପଣ ଅଧିକ ଚର୍ବିଯୁକ୍ତ ଦୁଗ୍ଧ ପଦାର୍ଥ ଖାଆନ୍ତି ତେବେ ଗଲବ୍ଲାଡର ପଥର ହେବାର ଆଶଙ୍କା ଥାଏ। ଆଉ ଯେଉଁମାନେ ଏହି ରୋଗରେ ପୀଡିତ ଅଛନ୍ତି ସେହି ରୋଗୀଙ୍କ ପାଇଁ କ୍ଷୀରଜାତୀୟ ପଦାର୍ଥ କ୍ଷତିକାରକ ପ୍ରମାଣିତ ହୋଇପାରେ। ପନିର, ବଟର, ହେଭି କ୍ରିମ୍ ଭଳି ପଦାର୍ଥଠାରୁ ଦୂରେଇ ରହିବା ଉଚିତ୍।
ତେଲିଆ ଏବଂ ଭଜା ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରୁ ସମ୍ପୂର୍ଣ୍ଣରୂପେ ବାଦ ଦିଅନ୍ତୁ। ସାଚୁରେଟେଡ୍ କିମ୍ବା ହାଇଡ୍ରୋଜେନେଟେଡ୍ ଫ୍ୟାଟ୍ ଗଲବ୍ଲାଡରରେ ପଥର ସୃଷ୍ଟି କରିପାରେ। ଏପରି ହେଲେ ପେଟର ଯନ୍ତ୍ରଣାକୁ ବହୁଗୁଣିତ କରେ। ଆପଣଙ୍କ ଖାଦ୍ୟରେ ଅଲିଭ୍ ଏବଂ କାନୋଲା ତେଲ ବ୍ୟବହାର କରିପାରିବେ।
ଗତ କିଛି ଦଶନ୍ଧି ମଧ୍ୟରେ ପ୍ୟାକେଜ୍ ଫୁଡର ଚାହିଦା ବେଶ ବୃଦ୍ଧି ପାଇଛି। କିନ୍ତୁ ସେଥିରେ ଥିବା ଟ୍ରାନ୍ସ ଫ୍ୟାଟି ଏସିଡ୍ ପିତ୍ତପଥୁରୀ ହେବାର ଆଶଙ୍କା ବଢାଇଥାଏ। ଅନେକ କମ୍ପାନୀ ସେମାନଙ୍କ ପ୍ୟାକେଟ ଫୁଡରେ ଟ୍ରାନ୍ସ ଫ୍ୟାଟ୍ କମ୍ ଥିବା ଦାବି କରନ୍ତି। ତେଣୁ ଉତ୍ପାଦର ବର୍ଣ୍ଣନାକୁ ଭଲଭାବେ ପଢିବା ପରେ ଏହାକୁ ବ୍ୟବହାର କରିବା ଉଚିତ।
ଯଦିଓ ରେଡ ମିଟ୍ ଆମ ପାଇଁ ପ୍ରୋଟିନର ଏକ ସମୃଦ୍ଧ ଉତ୍ସ, କିନ୍ତୁ ଏଥିରେ ଥିବା ଚର୍ବିର ପରିମାଣ ବହୁତ ଅଧିକ। ତେଣୁ ଯଦି ଆପଣଙ୍କର ଗଲବ୍ଲାଡର ସମସ୍ୟା ରହିଛି ତେବେ ଏହାକୁ କେବେବି ଖାଆନ୍ତୁ ନାହିଁ, ନଚେତ୍ ଯନ୍ତ୍ରଣା ବଢିବାର ଆଶଙ୍କା ଥାଏ। ଚିକେନ୍, ଥଣ୍ଡା ପାଣି ମାଛ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ।
ରିଫାଇନ ଫୁଡ୍ ଯଥା ରିଫାଇନଡ ଚାଉଳ, ଚିନି, ରୁଟି, ମଇଦା ଏବଂ ପାସ୍ତା ଗଲବ୍ଲାଡର ରୋଗୀଙ୍କ ସମସ୍ୟା ବୃଦ୍ଧି କରାଇଥାଏ। କାରଣ ଫାଇବରର ମାତ୍ରା କମ୍ ଥିବାରୁ ଏହା ପିତ୍ତପଥୁରୀ ହେବାର ମୂଳ କାରଣ ଅଟେ। ଯଦି ଆପଣ ବ୍ରାଉନ୍ ଚାଉଳ, ଦେଶୀ ଗହମର ରୁଟି ଏବଂ ପାସ୍ତା ଖାଆନ୍ତି ତେବେ ଆପଣଙ୍କର ଏହି ସମସ୍ୟାରୁ ରକ୍ଷା ପାଇବେ।
Comments are closed.