ବ୍ରହ୍ମପୁର: ପୁଣି ଏକ ବଡ଼ ଧରଣର ଚୋରା ସୁନା ଚାଲାଣକୁ ଧରିଛି ବ୍ରହ୍ମପୁର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୂପ ବ୍ରହ୍ମପୁରକୁ ଅଣାଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ଙ୍କ ପାଖକୁ ସୂଚନା ଆସିଥିଲା। ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନା ପୋଲିସର ଅଧିକାରୀମାନେ ସାଧା ପୋଷାକରେ ପାଟ୍ରୋଲିଂ କରିଥିଲେ। ୫୯ ନମ୍ବର ଜାତୀୟ ରାଜପଥର ଗିରିସୋଲା ଗେଟ୍ ଠାରୁ ଗୋଳନ୍ଥରା ଥାନା ପର୍ଯ୍ୟନ୍ତ ଅଞ୍ଚଳରେ ପାଟ୍ରୋଲିଂ କରାଯାଇଥିଲା। ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ପଟରୁ ଆସି କାର(କେଏ୦୧ଏମଆର୧୫୪୫) ଓଡ଼ିଶା ସୀମା ଭିତରେ ପ୍ରବେଶ କରିଥିଲା। ରବିବାର ଭୋର୍ ସମୟରେ ଓଡ଼ିଶା ସୀମାକୁ ପ୍ରବେଶ କରିବାର କିଛି ଦୂର ପରେ ଅର୍ଥାତ ଗୋଳନ୍ଥରା ଥାନା ପାଖରେ କାରକୁ ଅଟକାଇଥିଲା ପୋଲିସ। କାର୍ ଚାଳକଙ୍କ ସମେତ ୩ଜଣ ଭିତରେ ବସିଥିଲେ। କାର୍ ଭିତରେ ପ୍ରାୟ ୩ କିଲୋ ୭ଶହ ଗ୍ରାମ ଓଜନର ସୁନା ଏବଂ ପ୍ରାୟ ୧୮୦ କିଲୋ ରୂପା ମିଳିଥିଲା। କାରରେ ବସିଥିବା ବ୍ୟକ୍ତିମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏପରିକି ଆବଶ୍ୟକ ବିଲ୍ ମଧ୍ୟ ତାଙ୍କ ପାଖରେ ନଥିଲା। ଥାନାକୁ ଆଣି ଏହାର ତଦନ୍ତ ପାଇଁ ଜିଏସଟି ବିଭାଗ ଏବଂ ଆୟକର ବିଭାଗକୁ ଯୋଗାଯୋଗ କରାଯାଇଛି। ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ଦେଖିବାକୁ ଗଲେ ଏହା ପ୍ରଥମ ଘଟଣା ନୁହଁ। ଗତ କିଛି ଦିନ ଭିତରେ ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ନେବାଆଣିବା ସମୟରେ ପୋଲିସ ଧରିଛି। ଏଣୁ ବ୍ରହ୍ମପୁରରେ ଏକ ବଡ଼ ଧରଣର ଚୋରା ସୁନା କାରବାର ଚାଲିଥିବା ସନ୍ଦେହ କରାଯାଉଛି।
BREAKING NEWS
- ଗିଡ଼ିପାବାଲି ଭୂସ୍ଖଳନ ରେସ୍କ୍ୟୁ ସ୍ଥଗିତ ରଖିଲେ କନ୍ଧମାଳ ଜିଲ୍ଲାପାଳ…
- ବ୍ରହ୍ମପୁରରେ ଚାଞ୍ଚଲ୍ୟ; ନିଜ ୩ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ
- ଲାଞ୍ଚ ନେଇ ଚାକିରିରୁ ସବ୍-ରେଜିଷ୍ଟ୍ରାର ବିଦା ହେବା ଘଟଣା; ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ
- Nagpur Couple Death Mystery: ଦ୍ୱିତୀୟ ବିବାହ, ବନ୍ଦ ଘର ଓ ଫୋନ୍ ନଉଠାଇବାରୁ ସସପେନ୍ସ, ଝୁଲନ୍ତା ମୃତଦେହ ଉଦ୍ଧାର
- ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲଖିଲେ ନବୀନ; କହିଲେ, ଗଞ୍ଜାମ ବନ୍ୟା ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାରଙ୍କ ଅବହେଳା ଦାୟୀ…
- MATSYA-6000: ୬ ହଜାର ମିଟର ତଳେ କ’ଣ ରହିଛି? ଚନ୍ଦ୍ର-ମଙ୍ଗଳ ପରେ ଏବେ ସମୁଦ୍ରର ଅନ୍ଧାର ଦୁନିଆ ମୁହାଁ ଭାରତ!
- ପଂଜାବ ପଲିଟିକ୍ସ: ପ୍ରେମ ସିଂହଙ୍କ ପରେ ବିବି ଜାଗିର କୌର ଅକାଳୀ ଦଳକୁ ଫେରିବାକୁ ପ୍ରସ୍ତୁତ
- ଅଷ୍ଟ୍ରେଲିଆର ଗ୍ରେଟର ବେଣ୍ଡିଗୋ ମେୟର ଭାବେ ନିର୍ବାଚିତ ହେଲେ ଭାରତୀୟ ବଂଶୋଦ୍ଭବ ଅଭିଷେକ ଅବସ୍ଥି
- Sonia Gandhi’s Book: ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ କି ପୂର୍ବତନ ରାଷ୍ଟ୍ରପତି? ସୋନିଆଙ୍କ ବହିରେ ବଡ଼ ଖୁଲାସା, ୨୦୧୦ର ସେହି ମୁହୂର୍ତ୍ତ…
- ଭାରତରେ ପୁଣି ନୋଟବନ୍ଦୀ ! ବନ୍ଦ ହେବ କି ୫୦୦ ଟଙ୍କିଆ ? ଜାଣନ୍ତୁ ବନ୍ଦହେଲେ କି ନହେଲେ କ’ଣ ପ୍ରଭାବ…
Comments are closed.