Latest Odisha News

ବିଜୟାଦଶମୀରେ ପୂଜା ମଣ୍ଡପରେ ମହିଳା ମାନଙ୍କ ସିନ୍ଦୁର ଖେଳ

ଯାଜପୁର : ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ବିଭିନ୍ନ ମଣ୍ଡପରେ ଆଜି ପାଳିତ ହୋଇଛି ବିଜୟା ଦଶମୀ ଉତ୍ସବ ଓ ଅପରାଜିତା ପୂଜା । ଯାଜପୁର ବ୍ୟାସନଗର ସହରର ମୁଣ୍ଡମାଳ ଏବଂ ନହକା ପୂଜାମଣ୍ଡପରେ ବଙ୍ଗୀୟ ରୀତିନୀତିରେ ପାଳିତ ହୋଇଛି ସିନ୍ଦୁର ଖେଳ । ବଙ୍ଗାଳୀ ଏବଂ ଓଡିଆ ମହିଳା ମାନେ ମାଙ୍କୁ ପୂଜା କରିବା ପରେ ପରସ୍ପରର ମଥା ଓ ମୁହଁରେ ସିନ୍ଦୁର ବୋଳି ଉତ୍ସବ ମନାଇଥାନ୍ତି । ମହିଳା ମାନେ ଏକାଠି ହୋଇ ମାଙ୍କ ନିକଟରେ ନିଜ ସ୍ବାମୀ, ପିଲା ଏବଂ ପରିବାରର ମଙ୍ଗଳ କାମନା କରି ମା’ଙ୍କୁ ବିଦାୟ ଦେଇଛନ୍ତି ।

ବିଜୟାଦଶମୀରେ ମହିଳାଙ୍କ ସିନ୍ଦୁର ଖେଳ ଉତ୍ସବ ଏକ ନିଆରା ପରମ୍ପରା  । ସାଧାରଣତଃ ଏହା ବଙ୍ଗୀୟ ମାନଙ୍କର ବହୁ ପୁରାତନ ପରମ୍ପରା  । ତେବେ ବ୍ୟାସନଗର ସହରର ମୁଣ୍ଡମାଳ ପୂଜାମଣ୍ଡପରେ ୬୦ରୁ ଉର୍ଦ୍ଧ୍ବ ବର୍ଷ ଧରି ଏହି ପରମ୍ପରା ପାଳିତ ହୋଇ ଆସୁଛି । ମାତ୍ର ଗତ ପ୍ରାୟ ୧୫ ବର୍ଷ ହେବ ସ୍ଥାନୀୟ ନହକା ମଣ୍ଡପରେ ମଧ୍ୟ ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଛି । ଯେଉଁଥିରେ ସ୍ଥାନୀୟ ବଙ୍ଗାଳୀ ମହିଳାଙ୍କ ସହ ସାମିଲ ହୋଇଛନ୍ତି ବହୁ ଓଡିଆ ନାରୀ । ବିଜୟା ଦଶମୀରେ ସଧବା ମହିଳା ମାନେ ମା’ ଦୁର୍ଗାଙ୍କ ନିକଟରେ ପୂଜା କରି ସେମାନଙ୍କର ସୈଧବ କାମନା କରିଛନ୍ତି ।

ପୂଜକ ମଧ୍ୟ ଶ୍ରଦ୍ଧାଳୁଙ୍କ ହାତରେ ଅପରାଜିତା ବ୍ରତ ବାନ୍ଧି ଆଶୀର୍ବାଦ ପ୍ରଦାନ କରିଛନ୍ତି । ଶେଷ ହୋଇଛି ଚଳିତ ବର୍ଷର ଦୁର୍ଗାପୂଜା ଆସୁଛି ଭସାଣ ଉତ୍ସବ । ଏନେଇ ଭସାଣରେ ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

Leave A Reply

Your email address will not be published.