Latest Odisha News

BREAKING NEWS

ଦୁର୍ବଳ ଦାନ୍ତ ଏବଂ ମାଢିକୁ ମଜଭୂତ କରିବା ପାଇଁ ଆପଣାନ୍ତୁ ଘରୋଇ ଉପଚାର

ଦାନ୍ତ ମୂଳ ମଜବୁତ ଥିଲେ ଦାନ୍ତ ସୁସ୍ଥ ରହେ। ଆଉ ମାଢି ସୁସ୍ଥ ରହିଲେ କୌଣସି ସମସ୍ୟା ହୁଏନାହିଁ। କିନ୍ତୁ ଯଦି ଆପଣଙ୍କ ମାଢି ଦୁର୍ବଳ ହୋଇଯାଏ ତେବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ମାଢି ଦୁର୍ବଳ ଥିଲେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଇଲେ ମାଢି ଫୁଲିଯାଏ। ଏପରି ଆହୁରି ଅନେକ ସମସ୍ୟା ରହିଛି। ତେବେ ଦାନ୍ତ ଏବଂ ମାଢିକୁ ମଜଭୂତ ରଖିବା ପାଇଁ କେବଳ ବ୍ରଶ୍ କରିବା ଯଥେଷ୍ଟ ନୁହେଁ। ସେଥିପାଇଁ ବିଶେଷ ଧ୍ୟାନ ରଖିବାକୁ ପଡିଥାଏ।
ଯଦି ଆପଣ ବି ଦୁର୍ବଳ ମାଢି ପାଇଁ ଚିନ୍ତିତ ତେବେ ନଜର ପକାନ୍ତୁ କିଛି ସହଜ ଘରୋଇ ଉପଚାର ଉପରେ।

ଗରମ କିମ୍ବା ଥଣ୍ଡା ସେକ…
ମାଢିରେ ଗରମ ସେକ ଦେବା ଦ୍ୱାରା ଦାନ୍ତ ମୂଳ ବିନ୍ଧା କମିଯାଏ। ଯଦି ଆପଣ ଗରମ ସେକ ଦିଅନ୍ତି ତେବେ ଏକ କପଡାକୁ ଉଷୁମ ପାଣିରେ ଭିଜାଇ ଏହାକୁ ଚିପୁଡି ଦିଅନ୍ତୁ ଏବଂ ତା’ପରେ ଏହି କପଡାକୁ ମାଢି ନିକଟ ଗାଲରେ ଲଗାଇ ରଖନ୍ତୁ। ଏଠାରେ ଥଣ୍ଡା ସେକ ମଧ୍ୟ ଦେଇପାରିବେ। କେବଳ ଗରମ ପାଣି ପରିବର୍ତ୍ତେ ବରଫ ବ୍ୟବହାର କରିପାରିବେ।

ଚା ବ୍ୟାଗ…
ଏହି ଉପାୟ ଆପେଇବାକୁ ହେଲେ ସର୍ବପ୍ରଥମେ ଗ୍ରୀନ୍ ଟି କିମ୍ବା ବ୍ଲାକ୍ ଟି ବ୍ୟାଗ୍ ନେଇ ଗରମ ପାଣିରେ ବୁଡାଇ ରଖନ୍ତୁ। ଏହା ଟିକେ ଥଣ୍ଡା ହେବା ପରେ ଯେଉଁ ମାଢି ନିକଟକେ ବ୍ୟଥା, ଯନ୍ତ୍ରଣା ଅନୁଭବ କରୁଛନ୍ତି ସେହି ପାଖରେ ଏହାକୁ ଏହାକୁ ପ୍ରୟୋଗ କରନ୍ତୁ। ଏପରି କଲେ ମାଢିକୁ ଆରାମ ଲାଗେ।

ଲୁଣ ପାଣି…
ଦାନ୍ତ କିମ୍ବା ଦାନ୍ତ ସମ୍ବନ୍ଧୀୟ ସମସ୍ୟା ଥିଲେ ଉଷୁମ ଲୁଣ ପାଣି ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ଏହି ଲୁଣ ପାଣିରେ ଆପଣ ସକାଳ ଏବଂ ସନ୍ଧ୍ୟା ଦୁଇଥର ପାଟି ଧୋଇ ପାରିବେ।

ଆଲୋଭେରା ଜେଲ୍…

ଆଲୋଭେରା ଗଛ ଆମ ମାଢି ପାଇଁ ଅତ୍ୟନ୍ତ ଲାଭଦାୟକ। ମାଢି ସମସ୍ୟାର ଚିକିତ୍ସା ପାଇଁ ଆଲୋଭେରା ଜେଲ୍ ବ୍ୟବହାର କରନ୍ତୁ। ଏଥିପାଇଁ ଆଲୋଭେରା ବା ଘିକୁଆଁରୀ ଜେଲକୁ ମାଢିରେ ମାଲିସ୍ କରନ୍ତୁ। ଏପରି କରିବା ଦ୍ୱାରା ମାଢି ଜଳିବା ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

Leave A Reply

Your email address will not be published.