Latest Odisha News

କବିତା : କଟକ

ଶୈଳବାଳା ରାମ 

କେମିତି ଯେ ମାଲିକାନା ଲଦିଚାଲୁ
ମୋ’ ସପନରେ, ଉଡାଣରେ, ଜାତକରେ
ମୁଁ ଯେତେ ଝାଡୁଥାଏ ଧୂଳି
ସରସର ସେଇ ଚନ୍ଦନ ଚର୍ଚ୍ଚିତା
ଦିଶେ କାଇଁ ଦାଉଦାଉ ତୋ ଭଳି

ପାଶୋରି ଯିବି ବୋଲି
ପିଠି କଲି
ଭୂଲିଲି ବାଡ଼ି ଅଗଣା
ଫିଙ୍ଗିଲି ଚାଉଳ ଆଞ୍ଜୁଳି

ଡାହାଣ ପଟ ଚଉରାହେଲୁ
ନା ବାଟ ଓଗାଳିଲୁ
ଛାତି ପାତିଲୁ
ନା ଫେରିଚାହିଁଲୁ
ଝାଡିଦେଲୁ
ଯେମିତି କଣ୍ଟା ଶିମିଳି

ନା ମୁଁ ଖୋଜିଲି କୋଳ
ନା ତୁ ଶୋଷିଲୁ ଟାଆଁଶିଆ ଖରା
ତୁ ମୋ’ ଫୁଙ୍ଗୁଳା ଡାଳ !
ନା ମୁଁ ସେ ପଠାକୋଳି !

Comments are closed.