Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଯେହେତୁ ଭାଷା ମନ-ଝର
କେଉଁଠି ଗତିପଥ ତା’ର
ହୁଏନି ପୂର୍ବନିର୍ଧାରିତ
ପ୍ରବାହ ହୁଏ ଅବିରତ

ଉଚ୍ଚ ଶିଖରେ ଜାତ ହୋଇ
ନିମ୍ନ ଆଡ଼କୁ ଯାଏ ବହି
ହୁଅଇ ଦୀର୍ଘ ଓ ବିସ୍ତୃତ
ଜଳଭାଗରେ ହୁଏ ଲୁପ୍ତ

ଭାଷାର ଏପରି ସ୍ବଭାବ
ଭାଷୀଏ କଲେ ଅନୁଭବ
ସଂଭାଳି ରଖଂତି ଶୁଦ୍ଧତା
ସହିତ ତା’ର ଗୁଣବତ୍ତା

ଭାଷାଟେ ହୋଇଲେ ଦୂଷିତ
ସାଧନ କରେନାହିଁ ହିତ
ସଂଚାର କରେ ଦ୍ବିଧା, ତ୍ରାସ
ନ ଘଟେ ତାହାର ବିକାଶ

ସ୍ବଭାଷୀ ଜନ ସମୁଦାୟ
କରି ବିଚାର ବିନିମୟ
ବାହାର କରିଲେ ଉପାୟ
ଘଟେନି ଆଉ ଅବକ୍ଷୟ

ଜଡ଼ ସକାଶେ ଅବସ୍ଥିତି
ଜୀବ ନିମଂତେ ନିତ୍ୟ ଗତି
ବ୍ୟବସ୍ଥା ଗଢ଼ିଛି ପ୍ରକୃତି
ପ୍ରକ୍ରିୟାଠାରୁ ନାହିଁ ମୁକ୍ତି

ଭାଷୀଏ ନ ନେଲେ ଦାୟିତ୍ବ
ତାଂକର ଭାଷାର ସ୍ଥାୟିତ୍ବ
ହୋଇପାରେନି ସୁନିଶ୍ଚିତ
ଏଥିରେ ସର୍ବେ ସହମତ

Leave A Reply

Your email address will not be published.