Latest Odisha News

BREAKING NEWS

ବ୍ରହ୍ମପୁରରେ ଉଦଘାଟିତ ହେଲା ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର

ବ୍ରହ୍ମପୁର : ଗ୍ରାହକ ଏଥର ଏଟିଏମରେ ଟଙ୍କା ଦେଇ ନେଇପାରିବେ କ୍ଷୀର । ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରସ୍ଥିତ ଗେଟ୍ ବଜାର ନିକଟରେ ଏକ ଦୁଗ୍ଧ ଏଟିଏମ୍ କାଉଣ୍ଟର ଉଦଘାଟିତ ହୋଇଛି । ଏକ ଲିଟର ଦୁଗ୍ଧ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୪୦ ଟଙ୍କା, ଯାହା ବଜାର ଦର ସହ ସମାନ ।

ମିଳିଥିବା ସୂଚନ ଅନୁଯାୟୀ ଲୋକମାନେ ୧୦ରୁ ୪୦ ଟଙ୍କା ମଧ୍ୟରେ ଏଟିଏମ୍‌ରେ କ୍ଷୀର କିଣି ପାରିବେ । କ୍ଷୀର ନେବାକୁ ହେଲେ ଗ୍ରାହକଙ୍କୁ ସାଙ୍ଗରେ ପାତ୍ର ଧରି ଆସିବାକୁ ପଡ଼ିବ । ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ୫ ଲିଟର ମନ୍ତ କ୍ଷୀର କିଣିପାରିବାର ସୁବିଧା ରହିଛି । ସେହିପରି ୧୦ ଟଙ୍କିଆ କଏନ୍ କିମ୍ବା ୧୦ ଓ ୨୦ ଟଙ୍କିଆ ନୋଟ୍ ବ୍ୟବହାର କରି ଦୁଗ୍ଧ କିଣି ପାରିବେ ଗ୍ରାହକ ।

୨୦୧୪ରୁ ଚାଷୀଙ୍କ ନିକଟରୁ କ୍ଷୀର କିଣିବା ଦର ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି । ଫଳରେ ସିଧାସଳଖ ମାର୍କେଟରେ କ୍ଷୀର ବିକ୍ରି କରି ଲାଭ ପାଇବାକୁ ଗଞ୍ଜାମ, ଗଜପତି ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଏହି ପଦ୍ଧତିକୁ ଆପଣାଇଛନ୍ତି ।

ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ବିଧାୟକ ଏହି ଦୁଗ୍ଧ ଏଟିଏମ୍ କାଉଣ୍ଟରକୁ ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଏହି କାଉଣ୍ଟର ଖୋଲାଯାଇଥିବା ବେଳେ ଆଗାମୀ ଦିନରେ ସହରରେ ୧୦ଟି କାଉଣ୍ଟର ଖୋଲା ଯିବାର ଯୋଜନା ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.