ମସ୍କୋ: ଋଷ- ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ଆଡ଼କୁ ଗତି କରୁଛି । କେବେ ଋଷ ୟୁକ୍ରେନର ସହରକୁ କବଜା କରିବା ଖବର ଆସୁଛି ତ କେବେ ୟୁକ୍ରେନ ସେହି ସହରକୁ ଋଷ ସେନାଙ୍କଠାରୁ ଛଡ଼ାଇ ଆଣୁଥିବା ଖବର ପ୍ରକାଶ ପାଉଛି । ଏହାରି ଭିତରେ ଏକ ବଡ଼ ଘଟଣା ଘଟିଛି । ତାହା ହେଉଛି କ୍ରିମିୟା ଓ ଋଷ ମଧ୍ୟରେ ଯୋଗାଯୋଗ ପାଇଁ ଥିବା ମହତ୍ତ୍ବପୂର୍ଣ୍ଣ ରେଳ ବ୍ରିଜ୍ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି । ବ୍ରିଜ ଉପରଦେଇ ଯାଉଥିବା ତୈଳ ଟାଙ୍କିରେ ନିଆଁ ଲାଗି ତାହା ହୁତ ହୁତ ହୋଇ ଜଳୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଚି । ଏହି ବ୍ରିଜ୍ ଦ୍ବାରା ଋଷ ସେନା ୟୁକ୍ରେନ ସୀମା ଭିତରକୁ ସେନା ଓ ଅସ୍ତ୍ରଶସ୍ତ୍ର ପଠାଉଥିଲେ ।
A truck explosion damaged Moscow’s road-and-rail bridge to the Crimean peninsula damaging a crucial supply route for Russian forces in Ukraine https://t.co/RaW7ToFk2W pic.twitter.com/SQz88x7hjc
— Reuters (@Reuters) October 8, 2022
ବ୍ରିଜ୍ ନଷ୍ଟ ହୋଇଥିବାରୁ ୟୁକ୍ରେନରେ ଯୁଦ୍ଧ ଲଢୁଥିବା ଋଷ ସେନା ପାଖରେ ଆବଶ୍ୟକ ସାମଗ୍ରୀ ଓ ଗୋଳାବାରୁଦ ପହଞ୍ଚିବ ବନ୍ଦ ହୋଇଯାଇଛି । ବିସ୍ଫୋରଣ ପରେ ବ୍ରିଜ ନଷ୍ଟ ହୋଇଥିବାରୁ ଏହାର ମରାମତି କରିବା ଆବଶ୍ୟକ ହୋଇପଡ଼ିଛି । ସେପଟେ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ମଧ୍ୟ ଖବର ପ୍ରକାଶ ପାଇଛି । ତେବେ କିଏ ଏବଂ କାହିଁକି ବ୍ରିଜ୍ ବିସ୍ଫୋରଣ କରି ଉଡାଇଛି ସେନେଇ କିଛି ଘୋଷଣା କରାଯାଇନାହିଁ । ନଷ୍ଟ ହୋଇଥିବା ବ୍ରିଜ୍ କିଛି ଦିନ ଭିତରେ ଠିକ୍ ହୋଇଯିବ ବୋଲି ଋଷ ପକ୍ଷରୁ କୁହାଯାଇଛି ।
ରେଳ ବ୍ରିଜକୁ କିଏ ବିସ୍ଫୋରଣ କରି ଉଡାଇଛି ତାହାର ଋଷ ପାଖରେ ନାହିଁ । ତେବେ ୟୁକ୍ରେନର ସହାୟତାରେ ନାଟୋ ସେନା ଏପରି କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାକୁ ନେଇ ଋଷ କହିଛି ଯଦି ଏହା ସତ୍ୟ ହୋଇଥାଏ ତେବେ ୟୁକ୍ରେନକୁ ବହୁ ମୂଲ୍ୟ ଦେବାକୁ ପଡିବ । ଗତ କିଛି ଦିନ ଧରି ଋଷ ପକ୍ଷରୁ ୟୁରୋପିଆନ ଦେଶକୁ ପରମାଣୁ ବୋମାର ଭୟ ଦେଖାଯାଉଛି । ପୁଟିନ ଏନେଇ ଚେତାବନୀ ମଧ୍ୟ ଦେଇଛନ୍ତି । ଏହାର ଜବାବରେ ନାଟୋ ସେନା ଏପରି କରିଥାଇପାରେ ବୋଲି କୁହାଯାଉଛି । ତେବେ ୟୁକ୍ରେନ ବ୍ରିଜ ବିସ୍ଫୋରଣ କରିନଥିବା କହିଛି ।
ୟୁକ୍ରେନକୁ ଯୁଦ୍ଧରେ ପରାସ୍ତ କରିବା ପାଇଁ ପୁଟିନ ଆଗକୁ ବଡ଼ ପଦକ୍ଷେପ ନେଇପାରନ୍ତି । ତେବେ ପାଶ୍ଚାତ୍ୟ ଦେଶଗୁଡ଼ିକ ଏବେ ୟୁକ୍ରେନକୁ ଅଧିକ ସାହାଯ୍ୟ ସହଯୋଗ କରୁଥିବାରୁ ଋଷ ଯୁଦ୍ଧରେ ୟୁକ୍ରେନକୁ ପରାସ୍ତ କରିପାରୁନାହିଁ ।
Comments are closed.