କଟକ: କଟକ ସହରରେ ଶନିବାର ସନ୍ଧ୍ୟାରେ ଏସିଡ୍ ଆକ୍ରମଣରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଲାଲବାଗ ଥାନାରେ ଏ ନେଇ ଅଭିଯୋଗ ହୋଇଛି। ଶନିବାର ସକାଳେ ବାଲୁ ବଜାରର ସତ୍ୟବାନ ସାହୁ (୧୯) ନାମକ ଜଣେ ଯୁବକଙ୍କ ମୋବାଇଲକୁ ଫୋନ୍ ଆସିଥିଲା। ସେ ସେହି ସମୟରେ ଖାଦ୍ୟ ଗ୍ରହଣ କରୁଥିଲେ ତେଣୁ ତାଙ୍କୁ ୧୨ ବର୍ଷର ଭଉଣୀକୁ ସେ ଫୋନ୍ ରିସିଭ୍ କରିବାକୁ କହିଥିଲେ। ଫୋନ୍ କରିଥିବା ବ୍ୟକ୍ତି ଜଣକ ଏହି ସମୟରେ ଗାଳିଗୁଲଜ କରିଥିଲେ ବରଂ ଛୋଟ ଝିଅଟିକୁ ମଧ୍ୟ ଅଶ୍ଳୀଳ ଭାଷାରେ କଥା ହୋଇଥିଲେ।
ପରେ ଫୋନ୍ କରିଥିବା ବ୍ୟକ୍ତି ଜଣକ ଚାନ୍ଦିନୀ ଛକର ୫୦ ବର୍ଷୀୟ ଠିକାଦାର ବୋଲି ଜଣାପଡିଥିଲା। ଯାହାଙ୍କ ନିକଟକୁ ସତ୍ୟବାନ ନିକଟରେ କାମ କରିବା ନେଇ ଯାଇଥିଲେ। ସତ୍ୟବନ ଜଣେ ଦିନ ମଜୁରିଆ । ଉତ୍ୟକ୍ତ ସତ୍ୟବାନ ଏ ନେଇ ତାଙ୍କ ସାଙ୍ଗଙ୍କ ସହ ସେହି ଠିକାଦାରଙ୍କ ଘରକୁ ଯାଇଥିଲେ।
ଆଉ ତାଙ୍କ ଭଉଣୀକୁ ଏପରି କାହିଁକି ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କଲେ ସେ ନେଇ ପଚାରିଥିଲେ। କିନ୍ତୁ ଠିକାଦାର ଏହାକୁ ନେଇ ଉତକ୍ଷିପ୍ତ ହୋଇ ସତ୍ୟବନ ଓ ତାଙ୍କ ସାଙ୍ଗଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ପରେ ଦୁଇ ସାଙ୍ଗ ପାଲଟା ଯୁକ୍ତି କରିବା ସହ ଆକ୍ରମଣ କରିବା ପରେ ଠିକାଦାର ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିବା ସୂଚନା ରହିଛି।
ପରେ ସତ୍ୟବାନ ଓ ତାଙ୍କ ସାଙ୍ଗଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଇଥିଲେ। ଏ ନେଇ ସତ୍ୟବନ ଥାନାରେ ଅଭିଯୋଗ କରିବା ପରେ ଲାଲବାଗ ଥାନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ତେବେ କେଉଁ ପରିସ୍ଥିତିରେ ଠିକାଦାର ହଠାତ୍ ଗାଳି କରିଥିଲେ ଆଉ କାହିଁକି ଅଶ୍ରାବ୍ୟ ଭାଷା ବ୍ୟବହାର କଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ।
Comments are closed.