ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଦଳ ଆମ୍ ଦାମି ପାର୍ଟି ସରକାରର ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ହିନ୍ଦୁ ଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି, ଯେଉଁ କାରଣରୁ ସେ ସମାଲୋଚିତ ହେବା ପରେ ସେ ଇସ୍ତଫା ଦେଇଛନ୍ତି। ଆପ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିଲେ ରାଜେନ୍ଦ୍ର ଗୌତମ ।
ନିକଟରେ ଭାଇରାଲ ହୋଇଥିଲା ଏକ ଭିଡିଓ । ଯେଉଁଠାରେ ହିନ୍ଦୁ ଧର୍ମର ଲୋକ ବୁଦ୍ଧ ଧର୍ମ ଗ୍ରହଣ କରୁଥିଲେ। ଏହି ଭିଡିଓରେ ଆପ୍ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ବୁଦ୍ଧ ଧର୍ମ ଗ୍ରହଣ କରୁଥିବା ଲୋକଙ୍କୁ ଶପଥ ନେବା ବେଳେ କହିବାକୁ କୁହାଯାଇଥିଲା ‘ମୁଁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶଙ୍କୁ ବିଶ୍ବାସ କରିବି ନାହିଁ। ମୁଁ ରାମ-କୃଷ୍ଣଙ୍କୁ ପୂଜା କରିବି ନାହିଁ, ମୁଁ କୌଣସି ହିନ୍ଦୁ ଦେବତାଙ୍କୁ ବିଶ୍ୱାସ କରିବି ନାହିଁ ‘।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ମନ୍ତ୍ରୀଙ୍କ ସହ ଆପ ସରକାରକୁ ଘେରିଥିଲେ । ଏହା ପରେ ରାଜେନ୍ଦ୍ର ଗୌତମ ରବିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ଦଳର ସେ ଜଣେ ପ୍ରକୃତ ସୈନିକ କିନ୍ତୁ ଦଳ ତାଙ୍କ ପାଇଁ କ୍ଷତିରେ ରହୁ ବୋଲି ସେ ଚାହାନ୍ତି ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗ୍ରହଣ କରି ନାହାନ୍ତି । ଗୁଜୁରାଟରୁ ଫେରିବା ପରେ ସେ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି ।
ବିଜେପି ନେତା କପିଲ ମିଶ୍ର ଟ୍ୱିଟ କରି କହିଛନ୍ତି ଯେ ହିନ୍ଦୁ ବିରୋଧୀ, ରାମ ବିରୋଧୀ ରାଜେନ୍ଦ୍ର ପାଲଙ୍କ ଇସ୍ତଫା । ଯେଉଁଠାରେ ଗତକାଲି କେଜ୍ରିୱାଲଙ୍କୁ ଗୁଜରାଟର ଲୋକମାନେ ଏପରି ଶିକ୍ଷା ଦେଇଥିଲେ ଯେ ରାଜେନ୍ଦ୍ରଙ୍କୁ ପଦର ହଟାଇବାକୁ ପଡିଲା। ଏହା ହେଉଛି ଗୁଜୁରାଟର ବିଜୟ, ଏହା ହେଉଛି ହିନ୍ଦୁ ।
ସୂଚନାଯୋଗ୍ୟ ଯେ ଶୁକ୍ରବାର ରାଜେନ୍ଦ୍ର ପାଲ ଗୌତମଙ୍କ ଏକ ଭିଡିଓ ସାମ୍ନାକୁ ଆସିବା ପରେ ସେ ବିବାଦରେ ଛନ୍ଦି ହୋଇଥିଲେ। ଶୁକ୍ରବାର ଭାଇରାଲ ହୋଇଥିବା ଏହି ଭିଡିଓରେ ହଜାର ହଜାର ଲୋକ ଏହି ଯୋଗ ଦେଇଥିଲେ ।ବୈଦ୍ଧ ଧର୍ମ ଗ୍ରହଣ କରିବା ଏବଂ ହିନ୍ଦୁ ଦେବତା ଏବଂ ଦେବୀଙ୍କୁ ନିନ୍ଦା କରିବା ପାଇଁ ଏକ ପ୍ରତିଶ୍ରୁତି ଗ୍ରହଣ କରାଯାଉ ଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ଦିନ ଏହି ଭିଡିଓ ଭାଇରାଲ ହେବା ସହ ବିଜେପି ଗୌତମଙ୍କୁ କ୍ୟାବିନେଟରୁ ବରଖାସ୍ତ କରିବାକୁ ଦାବି କରିଥିଲା।
Comments are closed.