Latest Odisha News

ଇସ୍ରାଏଲ-ଲେବାନନ ମଧ୍ୟରେ ଐତିହାସିକ ଚୁକ୍ତି

ୟେରୁଜେଲମ: ଇସ୍ରାଏଲ ଓ ଲେବାନନ ମଧ୍ୟରେ ଆଜି ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ମାଧ୍ୟମରେ ଉଭୟ ଦେଶ ଦୀର୍ଘ ଦିନର ସମୁଦ୍ର ସୀମା ବିବାଦର ଅନ୍ତ ଘଟାଇଛନ୍ତି । ଏହି ଦୁଇ ଶତ୍ରୁ ଦେଶ ମଧ୍ୟରେ ହୋଇଥିବା ବୁଝାମଣାରେ ଏବେବି କେତେକ ପଂଏଟ ନେଇ ବୁଝାମଣା ଶେଷ ସୀମାରେ ପଂହଚି ପାରି ନାହିଁ । ତେବେ ଏହାର ମଧ୍ୟ ସମାଧାନ ଖୁବ ଶୀଘ୍ର ହୋଇଯିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ୧୯୪୮ ପରଠାରୁ ଉଭୟ ଦେଶ ଭୂମଧ୍ୟ ସାଗରର ୮୬୦ ବର୍ଗ କିମିକୁ ନିଜର ବୋଲି ଦାବୀ କରି ଆସୁଛନ୍ତି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟେର ଲାପିଡ ଆମେରିକାର ଶକ୍ତି କୂଟନୀତିଜ୍ଞ ଏମୋସ ହୋଚେଷ୍ଟିନଙ୍କ ମାଧ୍ୟମରେ ଲେବାନନର ଡେପୁଟି ସ୍ପିକରଙ୍କୁ ଏଲିୟାସ ବାଓଙ୍କୁ ବୁଝାମଣାର ସଂଶୋଧୀତ ପ୍ରସ୍ତାବ ଦେଇଥିଲେ । ପ୍ରାରମ୍ଭିକ ସଫଳତା ପରେ ଉଭୟ ଦେଶର ଜନ ସାଧାରଣ ଶାନ୍ତିର ବାତାବରଣ ନେଇ ଉତ୍ସାହିତ ଅଛନ୍ତି ।

Comments are closed.