Latest Odisha News

୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର : ବଡ଼ଚଣା ବ୍ଲକ ଅଧୀନସ୍ଥ ଦର୍ପଣ ପଂଚାୟତ କୋଲସାହି ଅଂଚଳରୁ ଅଜଗର ସାପ ଉଦ୍ଧାର। ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ସ୍ଥାନୀୟ ଲୋକେ ଚଣ୍ଡିଖୋଲ ବନ ବିଭାଗକୁ ଜଣାଇଥିଲେ। ଘଟଣା ସ୍ଥଳରେ ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରି ସ୍ଥାନୀୟ ବାରୁଣାବନ୍ତ ପାହାଡ଼ରେ ଛାଡି ଦେଇଥିବା ସୂଚନା ମିଳିଛି। ଅଜଗରଟିର ଲମ୍ବ ୧୦ ଫୁଟ ରହିଥିବା ବେଳେ ବିଭିନ୍ନ ସମୟରେ ଖାଦ୍ୟ ଅନ୍ୱେଷଣରେ ସ୍ଥାନୀୟ ଜଙ୍ଗଲରୁ ଅଜଗର ସାପ ଜନବସତି ଆଡ଼କୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି।

Comments are closed.