ଥିରୁବନ୍ତପୁରମ: ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହୁଅନ୍ତି, ସେତେବେଳେ ରଙ୍କ ବି ରାଜା ହୋଇଯାଏ। ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ଏମିତି କିଛି ଘଟିଛି କେରଳ ମୈନାଗପଲ୍ଲୀର ପଲାମୁଟିଲଠାରେ। ମାତ୍ର ଦେଢ଼ ଘଣ୍ଟାରେ ଜଣେ ମାଛ ବ୍ୟବସାୟୀଙ୍କ ବଦଳିଗଲା ଭାଗ୍ୟ। ୪୦ ବର୍ଷିୟ ପୁକୁଞ୍ଜୁ ଅକ୍ଟୋବର ୧୨ ତାରିଖ ୨୦୨୨ କୁ କେବେ ବି ଭୁଲି ପାରିବେ ନାହିଁ। କାରଣ ସେହି ଦିନ ତାଙ୍କର ଭାଗ୍ୟ ଖୋଲିଗଲା ଏବଂ ମାତ୍ର ଦେଢ ଘଣ୍ଟାରେ ୭୦ ଲକ୍ଷ ଟଙ୍କାର ଜିତିଲେ ଲଟେରୀ।
ପୁକୁଞ୍ଜୁ ଜଣେ ମାଛ ବ୍ୟବସାୟୀ। ପ୍ରତିଦିନ ନିଜ ମୋଟର ସାଇକେଲରେ ମାଛ ବିକ୍ରି କରି ନିଜ ପରିବାର ଚଳାନ୍ତି। ଅକ୍ଟୋବର ୧୨ ତାରିଖ ଦିନ ୨ ଟା ରେ ହଠାତ୍ ବ୍ୟାଙ୍କରୁ ନୋଟିସ ଆସିଲା। କାରଣ ତାଙ୍କ ମୁଣ୍ଡରେ ଥିଲା ୧୨ ଲକ୍ଷ ଟଙ୍କାର ଋଣ। ସମାନ ସେହି ଦିନ ଠିକ ଦିନ ୩.୩୦ ଟାରେ ଅର୍ଥାତ୍ ବ୍ୟାଙ୍କ ନୋଟିସ ପଠେଇବାର ଦେଢ଼ ଘଣ୍ଟା ପରେ ପୁକୁଞ୍ଜୁକୁ ତାଙ୍କ ସାନ ଭାଇ ଫୋନ କଲ କଲେ। କହିଲେ ସେ ୭୦ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି।
ସୂଚନା ଥାଉକି ଆଠ ବର୍ଷ ପୂର୍ବେ ପୁକୁଞ୍ଜୁ ଘର ନିର୍ମାଣ ପାଇଁ ୭.୪୫ ଲକ୍ଷ ଟଙ୍କାର ବ୍ୟାଙ୍କରୁ ଋଣ ନେଇଥିଲେ। ସେବେଠାରୁ ସେ ଋଣ ସୁଝିବା ପାଇଁ ବହୁତ ପରିଶ୍ରମ କରୁଥିଲେ। କିନ୍ତୁ ସେ ସୁଝିପାରିନଥିଲେ। ପରେ ବ୍ୟାଙ୍କ ତାଙ୍କୁ ସୁଧ ସହିତ ୧୨ ଲକ୍ଷ ଟଙ୍କା ଋଣ ସୁଝିବା ପାଇଁ ନୋଟିସ ପଠାଇଥିଲେ। ଏହି ନୋଟିସ ଦେଖି ପୁକୁଞ୍ଜୁ ଚିନ୍ତାରେ ପଡିଗଲେ। ସେ ଭାବିଥିଲେ ଯେ ସେହି ଘର ବିକ୍ରି କରିଦେବେ । ଦିନ ୩.୩୦ ରେ ତାଙ୍କ ଭାଗ୍ୟ ବଦଳିଗଲା। ସେ କେବେ ବି ଏପରି ଭାବିନଥିଲେ ଯେ ଲଟେରୀ ବିଜେତା ହେବେ। ସେ ଏହି ଲଟେରୀ ଅକ୍ଷୟ ଲଟେରୀରେ ଶ୍ରେଷ୍ଠ ପୁରସ୍କାର ପାଇବେ।
ପୁକୁଞ୍ଜୁଙ୍କ ପିତା ୟୁସୁଫ କୁଞ୍ଜୁ ସବୁ ବେଳେ ଲଟେରୀ କିଣନ୍ତି। କିନ୍ତୁ ପୁକୁଞ୍ଜୁ ବେଳେ ବେଳେ ଲଟେରୀ ଟିକେଟ କିଣନ୍ତି। ମଙ୍ଗଳବାର ପ୍ଲାମୁଟିଲ ମାର୍କେଟରେ ଗୋପାଳ ପିଲାଇଙ୍କଠାରୁ ପୁକୁଞ୍ଜୁ ଲଟେରୀ ଟିକେଟ କିଣିଥିଲେ। ସେ ଏହି ଦୋକାନଠାରୁ ଟିକେଟ ନମ୍ବର ନିଶ୍ଚିତ ହେବା ପରେ ପୁକୁଞ୍ଜୁ ନିଜ ଘରେ ଖୁସି ଖବର ଜଣାଇଥିଲେ।
Comments are closed.