Latest Odisha News

BREAKING NEWS

ଫ୍ୟାନ୍ସଙ୍କୁ ଦିୱାନା କଲା ସୋନାକ୍ଷୀଙ୍କ ‘ଲେଡି ବସ୍ ଲୁକ୍’

ମୁମ୍ବାଇ: ମନୋରଞ୍ଜନ ଜଗତରେ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଡବଲ୍ ଏକ୍ସଏଲ୍’କୁ ନେଇ ସୋସିଆଲ ମିଡିଆରେ ଚାଲିଛି ଆଲୋଚନା। ସେପେଟ ଅଭିନେତ୍ରୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନରେ ନିରନ୍ତର ବ୍ୟସ୍ତ ଅଛନ୍ତି। ଏହି ସମୟରେ ସୋନାକ୍ଷୀ ସିହ୍ନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସର୍ବଶେଷ ଫଟୋସୁଟ ସେୟାର କରିଛନ୍ତି। ଏହି ଫଟୋରେ ଅଭିନେତ୍ରୀଙ୍କ ଲେଡି ବସ୍ ଲୁକ୍ ଦେଖିବାକୁ ମିଳୁଛି।

ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋନାକ୍ଷୀ ସିହ୍ନା ଏକ ହଳଦିଆ ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ଏହି ଲୁକରେ ସେ ବହୁତ ଆଟ୍ରାକ୍ଟିଭ ଲାଗୁଛନ୍ତି। ଭାଇରାଲ ହେଉଥିବା ଏହି ଫଟୋରେ ସୋନାକ୍ଷୀ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ତାଙ୍କର ପ୍ରତ୍ୟେକ ଷ୍ଟାଇଲକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

ସୋନାକ୍ଷୀଙ୍କ ଏହି ଫଟୋଗୁଡ଼ିକରେ ତାଙ୍କ ପ୍ରଶଂସକମାନେ ଭଲ ପ୍ରତିକ୍ରିୟା ଦେଉଛନ୍ତି ଏବଂ ପସନ୍ଦ କରୁଛନ୍ତି। ଜଣେ ୟୁଜର୍ସ ସୋନାକ୍ଷୀଙ୍କ ପାଇଁ ଲେଖିଛନ୍ତି, ‘ଲେଡି ବସ୍ ଲୁକ୍’। ସୂଚନା ଥାଉକି, ଡବଲ ଏକ୍ସେଲ ଫିଲ୍ମ ମାଧ୍ୟମରେ ମେକର୍ସ ଆଜି କାଲିର ଯୁବ ପିଢ଼ୀଙ୍କୁ ଏକ ଭଲ ମେସେଜ ଦେଇଛନ୍ତି । ନଭେମ୍ବର ୪ରେ ଏହି ଫିଲ୍ମ ରିଲିଜ ହେବ। ଏଥିରେ କ୍ରିକେଟର ଶିଖର ଧାୱନ ଡେବ୍ୟୁ କରୁଛନ୍ତି। ସେହିପରି ହୁମା କୁରେଶି, ଜାହୀର ଇକବାଲ ଓ ମହତ ରାଘବେନ୍ଦ୍ର ମଧ୍ୟ ଅଭିନୟ କରୁଛନ୍ତି।

Comments are closed.