ଯାଜପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଧର୍ମଶାଳା ବିଜୁ ଯୁବ ଜନତା ଦଳ ପକ୍ଷରୁ ୧୦୮ ଦୀପଦାନ। ଆଜି ସକାଳୁ ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ୧୦୮ ଦୀପ ଦାନ କରିଛନ୍ତି ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା। ବ୍ଲକ ଯୁବ ବିଜେଡି ସଭାପତି କ୍ଷିତିଶ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଶତାଧିକ କର୍ମୀ ଯୋଗଦେଇ ବାବା ଗୋକର୍ଣ୍ଣେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦୀପଦାନ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ବାହାରି ଜାରକା ବଜାର ପରିକ୍ରମା କରିଥିଲେ। ମୁଖ୍ୟମନ୍ତ୍ରୀ ସୁସ୍ଥ ଓ ନିରାମୟ ରହିବା ସହ ଓଡ଼ିଶାବାସୀଙ୍କ ସେବାରେ ଆହୁରି ଅଗ୍ରସର ହୁଅନ୍ତୁ ବୋଲି କାମନା କରାଯାଇଥିଲା।
BREAKING NEWS
- ଟାଇମ୍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୭; ଭାରତର ୪ର୍ଥ ସ୍ଥାନରେ କିଟ୍
- ପାର୍ବଣ ପୂର୍ବରୁ ମହଙ୍ଗା ମାଡ; କମର୍ସିଆଲ ସିଲିଣ୍ଡର ଦାମ୍ ୬୨ ଟଙ୍କା ବୃଦ୍ଧି
- ଗୁଆହାଟୀ ପିଚ୍ ଉପରେ ବର୍ଷିଲେ ଗୌତମ ଗମ୍ଭୀର: “ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ”
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ

Comments are closed.