Latest Odisha News

ଆଜି କଂଗ୍ରେସ ସଭାପତି ନିର୍ବାଚନ, ଜାଣନ୍ତୁ କିପରି ରହିବ ଭୋଟିଂ ପ୍ରକ୍ରିୟା

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ଆଜି ହେବାକୁ ଯାଉଛି। ଦୀର୍ଘ ୨୨ ବର୍ଷ ପରେ ଜଣେ ଅଣ ଗାନ୍ଧୀ ନେତା ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ଏଥିପାଇଁ ଆଜି ଭୋଟିଂ ହେବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦଳର ନୂଆ ସଭାପତି କିଏ ହେବେ ସେ ନେଇ ଚୟନ କରିବେ ଦଳୀୟ ନେତା। କଂଗ୍ରେସର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ଏବଂ ଥିରୁବନନ୍ତପୁରମ୍ ସାଂସଦ ଶଶି ଥରୁରଙ୍କ ମଧ୍ୟରେ ଏହି ମୁକାବିଲା ହେବାକୁ ଯାଉଛି।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ଜାଣନ୍ତୁ କିପରି ରହିବ ଭୋଟିଂ ପ୍ରକ୍ରିୟା

  • ଦିଲ୍ଲୀ ମୁଖ୍ୟାଳୟ ଛଡ଼ା ସମସ୍ତ ରାଜ୍ୟର ପିସିସି କାର୍ଯ୍ୟାଳୟରେ ମଧ୍ୟ ଭୋଟଗ୍ରହଣ ହେବ
  • ଦେଶର ୪୦ଟି କେନ୍ଦ୍ରରେ ୬୮ଟି ବୁଥ୍ ସ୍ଥାପନ କରାଯାଇଛି
  • ପ୍ରତି ୨୦୦ ଭୋଟରଙ୍କ ପାଇଁ ଗୋଟିଏ ଲେଖାଏ ବୁଥ୍ କରାଯାଇଛି
  • ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏଠାରେ ଭୋଟ୍ ଗ୍ରହଣ ହେବ
  • ପ୍ରଦେଶ କଂଗ୍ରେସ କମିଟିର ୯ ହଜାରରୁ ଅଧିକ ପ୍ରତିନିଧି ଗୁପ୍ତ ମତଦାନ ପ୍ରକ୍ରିୟାରେ ସାମିଲ ହେବେ
  • ପ୍ରଥମ ଥର ପାଇଁ କ୍ୟୁଆର୍-କୋଡ୍‌ ଯୁକ୍ତ ଆଇଡି କାର୍ଡ ଦିଆଯାଇଛି
  • ଏହି କାର୍ଡ ଦେଖାଇ ଭୋଟ ଦେବାର ସୁଯୋଗ ଦିଆଯିବ
  • ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଭୋଟ୍ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ
  • ଭୋଟ୍ ଦେବା ସମୟରେ ୧ ବଦଳରେ ‘ଏ’ ଲେଖା ହୋଇଥିବା ସ୍ଥାନରେ ଟିକ୍ ଚିହ୍ନ ମରାଯିବ
  • ଶଶୀ ଥରୁରଙ୍କ କ୍ୟାମ୍ପ ପ୍ରାର୍ଥୀଙ୍କ ନାମ ସମସ୍ତଙ୍କ ସାମ୍ନାରେ ଲେଖିବା ପ୍ରସଙ୍ଗ ଉଠାଇ କହିଥିଲେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ
  • ଏହାପରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଏହାକୁ ବଦଳାଇ ଭୋଟରଙ୍କ ନାମ ଲେଖିବା ପରିବର୍ତ୍ତେ ଟିକ୍ ମାର୍କ ଲେଖିବା ବ୍ୟବସ୍ଥା କରାଯାଇଛି
  • ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧୀଙ୍କ ସମେତ ପ୍ରାୟ ୪୭ ଜଣ ଭୋଟର କର୍ଣ୍ଣାଟକରେ ଭୋଟ୍ ଦେବାର ସ୍ବତନ୍ତ୍ର ବ୍ୟବସ୍ଥା
  • ଆଜି ଭୋଟିଂ ଶେଷ ହେବାପରେ ୧୯ରେ ଗଣତି ସହିତ ଫଳାଫଳ ଘୋଷଣା କରାଯିବ
  • ପୂର୍ବରୁ ୨୦୦୦ ମସିହାରେ କଂଗ୍ରେସ ସଭାପତି ପଦ ପାଇଁ ଶେଷଥର ନିର୍ବାଚନ ହୋଇଥିଲା
  • ଜିତେନ୍ଦ୍ର ପ୍ରସାଦଙ୍କ ସହିତ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା

Comments are closed.