ବ୍ରହ୍ମପୁର: ଚିକିତ୍ସା ଅବହେଳା ଯୋଗୁ ପୋଷା କୁକୁରର ମୃତ୍ୟୁ ନେଇ ପାଳିତଙ୍କ ତରଫରୁ ଥାନାରେ ଦିଆଗଲା ଏତଲା। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲିଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି। ପୋଷା କୁକୁର ଡୁଗୁର ମୃତ୍ୟୁରେ ମ୍ରିୟମାଣ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପାଳିତ। ଡୁଗୁକୁ ପୁଅ ଭଳି ପାଳିଥିବା ପରିବାର ଲୋକେ ଏତଲା ଦେବା ପରେ ସସମ୍ମାନରେ ଅନ୍ତିମ ସତ୍କାର କରିଛନ୍ତି।
ଜିଲୁଣ୍ଡି ଗ୍ରାମର ଠାକୁରାଣୀ ମନ୍ଦିର ସାହିର ବାସିନ୍ଦା ଗଣପତି ଡାକୁଆ ଏବଂ ସାବିତ୍ରୀଙ୍କ ପରିବାର କହିଲେ ଏକମାତ୍ର ଝିଅ ସନ୍ତୋଷିନୀ। ପୁଅକୁ ୧୨ବର୍ଷ ହୋଇଥିବା ବେଳେ ସେ ମସ୍ତିଷ୍କ ମ୍ୟାଲେରିଆରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଭାଙ୍ଗିପଡ଼ିଥିଲେ ଗଣପତି ଏବଂ ସାବିତ୍ରୀ। ଏକ କୁକୁରକୁ ପୁଅଭାବେ ଗ୍ରହଣ କରିଥିଲେ। ଯାହାର ନାମ ଦେଇଥିଲେ ଡୁଗୁ। ପ୍ରାୟ ୪ବର୍ଷ ହେଲା ଡୁଗୁକୁ ସେମାନେ ପୁଅ ଭଳି ପାଳୁଥିଲେ। ଏପରିକି ସନ୍ତୋଷିନୀ ମଧ୍ୟ ଡୁଗୁକୁ ଭାଇ ଭଳିଆ ମାନୁଥିଲେ। ଗତ ୧୭ତାରିଖରେ ଡୁଗୁ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସା ପାଇଁ ସେମାନେ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଡୁଗୁକୁ ଗୋଟିଏ ଇଂଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବା ପରେ ଡୁଗୁ ଭଲ ହୋଇଯିବ ଏବଂ ଘରକୁ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଘରକୁ ନେବାର କିଛିଘଣ୍ଟା ପରେ ଡୁଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। କିଛି ସମୟ ପରେ ତା’ର ପ୍ରାଣବାୟୁ ଉଡ଼ିଯାଇଥିଲା। ହସ୍ପିଟାଲକୁ ଯୋଗାଯୋଗ ବେଳେ ଡାକ୍ତର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏନେଇ ସାବିତ୍ରୀଙ୍କ ପକ୍ଷରୁ ଭଞ୍ଜନଗର ଥାନାରେ ଏତଲା ଦିଆଯାଇଛି। ଘଟଣାର ସଠିକ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରିଛନ୍ତି। ଡୁଗୁ ଅନ୍ୟ ପାଇଁ ପଶୁ ହୋଇଥାଇ ପାରେ। କିନ୍ତୁ ଆମ ପାଇଁ ପୁଅ ଭଳିଆ ଥିଲା ବୋଲି ସେମାନେ ପ୍ରକାଶ କରିଛନ୍ତି। ତେବେ ଏନେଇ ଭଞ୍ଜନଗର ପୋଲିସ କିମ୍ବା ପ୍ରାଣୀ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।
BREAKING NEWS
- Leopard Skin: କଲରାପତରିଆ ବାଘ ଛାଲ ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କଲା ବନବିଭାଗ
- US Exit WHO: ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, WHO ରୁ ଓହରିଗଲା ଆମେରିକା!
- India Post Revenue: ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି
- ୨୪ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର
- ଟ୍ରମ୍ପଙ୍କୁ ଖୁସି କରିବାକୁ ଯାଇ ରାଜନୈତିକ ବିବାଦରେ ଫସିଲା ପାକିସ୍ତାନ, BoP କୁ ନେଇ ହଙ୍ଗାମା
- ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବାଂଲାଦେଶ କ୍ରିକେଟର ଆତ୍ମଘାତୀ ପଦକ୍ଷେପ
- UP To Blackout: ଆଜି ସନ୍ଧ୍ୟା ୬ଟାରେ ପୁରା ଅନ୍ଧାର ହୋଇଯିବ ଉତ୍ତର ପ୍ରଦେଶ, ଏମିତି କ’ଣ କରିବାକୁ ଯାଉଛନ୍ତି ଯୋଗୀ ସରକାର?
- Vice President Arrives: ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, କଟକ ଗସ୍ତ କରି ନେତାଜୀଙ୍କୁ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି…
- ତାମିଲନାଡୁ ଗଡ ହାତେଇବାକୁ ଏନଡିଏର କସରତ, ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ମେଣ୍ଟ…
Comments are closed.