ବ୍ରହ୍ମପୁର: ଚିକିତ୍ସା ଅବହେଳା ଯୋଗୁ ପୋଷା କୁକୁରର ମୃତ୍ୟୁ ନେଇ ପାଳିତଙ୍କ ତରଫରୁ ଥାନାରେ ଦିଆଗଲା ଏତଲା। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲିଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି। ପୋଷା କୁକୁର ଡୁଗୁର ମୃତ୍ୟୁରେ ମ୍ରିୟମାଣ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପାଳିତ। ଡୁଗୁକୁ ପୁଅ ଭଳି ପାଳିଥିବା ପରିବାର ଲୋକେ ଏତଲା ଦେବା ପରେ ସସମ୍ମାନରେ ଅନ୍ତିମ ସତ୍କାର କରିଛନ୍ତି।
ଜିଲୁଣ୍ଡି ଗ୍ରାମର ଠାକୁରାଣୀ ମନ୍ଦିର ସାହିର ବାସିନ୍ଦା ଗଣପତି ଡାକୁଆ ଏବଂ ସାବିତ୍ରୀଙ୍କ ପରିବାର କହିଲେ ଏକମାତ୍ର ଝିଅ ସନ୍ତୋଷିନୀ। ପୁଅକୁ ୧୨ବର୍ଷ ହୋଇଥିବା ବେଳେ ସେ ମସ୍ତିଷ୍କ ମ୍ୟାଲେରିଆରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଭାଙ୍ଗିପଡ଼ିଥିଲେ ଗଣପତି ଏବଂ ସାବିତ୍ରୀ। ଏକ କୁକୁରକୁ ପୁଅଭାବେ ଗ୍ରହଣ କରିଥିଲେ। ଯାହାର ନାମ ଦେଇଥିଲେ ଡୁଗୁ। ପ୍ରାୟ ୪ବର୍ଷ ହେଲା ଡୁଗୁକୁ ସେମାନେ ପୁଅ ଭଳି ପାଳୁଥିଲେ। ଏପରିକି ସନ୍ତୋଷିନୀ ମଧ୍ୟ ଡୁଗୁକୁ ଭାଇ ଭଳିଆ ମାନୁଥିଲେ। ଗତ ୧୭ତାରିଖରେ ଡୁଗୁ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସା ପାଇଁ ସେମାନେ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଡୁଗୁକୁ ଗୋଟିଏ ଇଂଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବା ପରେ ଡୁଗୁ ଭଲ ହୋଇଯିବ ଏବଂ ଘରକୁ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଘରକୁ ନେବାର କିଛିଘଣ୍ଟା ପରେ ଡୁଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। କିଛି ସମୟ ପରେ ତା’ର ପ୍ରାଣବାୟୁ ଉଡ଼ିଯାଇଥିଲା। ହସ୍ପିଟାଲକୁ ଯୋଗାଯୋଗ ବେଳେ ଡାକ୍ତର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏନେଇ ସାବିତ୍ରୀଙ୍କ ପକ୍ଷରୁ ଭଞ୍ଜନଗର ଥାନାରେ ଏତଲା ଦିଆଯାଇଛି। ଘଟଣାର ସଠିକ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରିଛନ୍ତି। ଡୁଗୁ ଅନ୍ୟ ପାଇଁ ପଶୁ ହୋଇଥାଇ ପାରେ। କିନ୍ତୁ ଆମ ପାଇଁ ପୁଅ ଭଳିଆ ଥିଲା ବୋଲି ସେମାନେ ପ୍ରକାଶ କରିଛନ୍ତି। ତେବେ ଏନେଇ ଭଞ୍ଜନଗର ପୋଲିସ କିମ୍ବା ପ୍ରାଣୀ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।
BREAKING NEWS
- ମହାକାଶ ଗସ୍ତରେ ଭାରତୀୟ ବଂଶୋଦ୍ଭବ, ଜାଣନ୍ତୁ କିଏ ଏହି ଅନିଲ ମେନନ…
- ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଆଉ ୩ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ
- କଟକ ଯୋବ୍ରା ବ୍ରିଜ୍ ଉପରେ ଅଘଟଣ, ମହାନଦୀକୁ ଖସିପଡ଼ିଲେ ମତ୍ସ୍ୟଜୀବୀ
- Nukes On Ukraine: ‘ପରମାଣୁ ପକାଇ ଦେଇଥାନ୍ତେ ପୁଟିନ୍…ହାତ ଧରିଦେଲେ ମୋଦି’
- ଇସ୍କନର ରଥଯାତ୍ରା ବାର୍ତ୍ତାକୁ ନେଇ ବିବାଦ, ଇସ୍କନକୁ ପରାମର୍ଶ ଦେଲେ ସୁଦର୍ଶନ ପଟ୍ଟନାୟକ
- ଶ୍ରୀଜିଉଙ୍କ ଉଭାଯାତ୍ରା, ସର୍ବସାଧାରଣ ଦର୍ଶନ ବନ୍ଦ
- ଭୁବନେଶ୍ୱରରେ ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ୨ ଜୀବନ
- ପ୍ରବଳ ବର୍ଷା ପାଇଁ ଆଜି ପୁରୀରେ ସ୍କୁଲ୍ ବନ୍ଦ
- ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…
- ଭଦ୍ରକରେ ପ୍ରବଳ ବର୍ଷା, ଆଜି ସ୍କୁଲ ଛୁଟି
Comments are closed.