ଭୁବନେଶ୍ୱର:ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା “ସିତରଙ୍ଗ’ ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ସେଥିପାଇଁ ଯେଉଁସବୁ ଜରୁରୀ କାଳୀନ ସ୍ଥିତି ସୃଷ୍ଟିହେବ ତାହାର ପରିଚାଳନା କରିବା ଲାଗି ଟିପିସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପ୍ରସ୍ତୁତ ରହିଛି । ଏଭଳି ସ୍ଥିତିର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍ର ଏକ ସମ୍ପୂର୍ଣ୍ଣ ବିଜନେସ୍ କଂଟିନୁଇଟି ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜମେଂଟ୍ ପ୍ଲାନ୍ (ବିସିଡିଏମ୍ପି) ପ୍ରସ୍ତୁତ ରହିଛି ।
ଟିପିସିଓଡିଏଲ୍ ଯେକୌଣି ପ୍ରକାରର ଆକସ୍ମିକତାର ମୁକାବିଲା କରିବା ଏବଂ ବିଦ୍ୟୁତ୍ ଯୋଗାଣ କୁ ନେଇ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଅକ୍ସିଜେନ୍ ପ୍ଲାଂଟ୍କୁ ୨୪ ଘଂଟା ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ଲାଗି କଂପାନି ପକ୍ଷରୁ ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି । ଲାଇସେନ୍ସପାପ୍ତ ଅଂଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍ସର୍ଗୀକୃତ ତ୍ୱରିତ ପ୍ରତିକ୍ରିୟାଶୀଳ ଟିମ୍ ମୂତୟନ କରାଯିବ ।ଯେ କୌଣସି ଜରୁରୀ ସେବାଲାଗି ଯେ କେହି ୨୪ ଘଂଟିଆ କଲ୍ସେଂଟର୍ ଟୋଲ୍ ଫ୍ରି ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ କଲ୍କରିପାରିବେ ।
ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ,ବିଜୁଳି ମାରିବା ସମୟରେ ଘର ଭିତରେ କୌଣସି ତାର କିମ୍ବା ପ୍ଲମ୍ବିଂକୁ ସ୍ପର୍ଶ କରନ୍ତୁ ନାହିଁ । କାରଣ ଟେଲିଫୋନ୍ ତାର /ଧାତବ ପାଇପ୍ରେ ବିଦ୍ୟୁତ୍ ପ୍ରବାହିତ ହୋଇପାରେ । ଅତ୍ୟଧିକ ପବନ, ବଜ୍ରପାତ ଓ ବୃଷ୍ଟିପାତ ସମୟରେ କୌଣସି ବୃକ୍ଷ / ଅସ୍ଥାୟୀ ଢ଼ାଂଚାତଳେ ଆଶ୍ରୟ ନିଅନ୍ତୁ ନାହିଁ । ଓଦା ହାତରେ କିମ୍ବା ବିନା ଗ୍ଲୋଭସ୍, କୌଣସି ବିଦ୍ୟୁତ୍ ସ୍ଥାପନାକୁ ସ୍ପର୍ଶ କରନ୍ତୁ ନାହିଁ । ବୃଷ୍ଟିପାତ ପରେ ପାଣି ପ୍ରବାହିତ ହେଉଥିବା ଡ୍ରେନ୍ ନିକଟରେ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ ନାହିଁ ।
ସୁରକ୍ଷା ବ୍ୟବସ୍ଥା, ଗାଇଡ୍ଲାଇନ୍କୁ ଅନୁସରଣ କରିବା ଏବଂ ଜରୁରୀକାଳୀନ ସ୍ଥିତିରେ ସୂଚନା ଜଣାଇବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
Comments are closed.