ମୁମ୍ବାଇ: ଟିଭି ଅଭିନେତ୍ରୀ ହିନା ଖାନ ଆଧୁନିକ ପୋଷାକରେ ଯେତେ ଗ୍ଲାମରସ ଲାଗନ୍ତି ଟ୍ରାଡିଶନାଲ ପୋଷାକରେ ଷ୍ଟାଇଲିସ୍ ଅନ୍ଦାଜରେ ସେ ଅଧିକ ସୁନ୍ଦର ଲାଗନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଟ୍ରାଡିଶନାଲ ଲୁକର କିଛି ଫଟୋ ସେୟାର କରିଛନ୍ତି।
ହିନା ଖାନ ଏକତା କପୁରଙ୍କ ଦିପାବଳୀ ପାର୍ଟୀରେ ଯୋଗ ଦେଇଥିଲେ। ସେ ଏହି ପାର୍ଟିରେ ଟିଲ୍ ରଙ୍ଗର ଶାଢୀ ପିନ୍ଧିଛନ୍ତି ଏବଂ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଶାଢୀ ସହିତ ହିନା ଏକ ବୋଲ୍ଡ ସ୍ଲିଭଲେସ୍ ବ୍ଲାଉଜ୍ ପିନ୍ଧିଛନ୍ତି। ହିନା ପିନ୍ଧିଥିବା ଏହି ବ୍ଲାଉଜର ଉଭୟ ବେକ ଏବଂ ପିଠି ବହୁତ ଡିପ୍ ରହିଛି, ତେଣୁ ସେ ଅଧିକ ବୋଲ୍ଡ ଲାଗୁଛନ୍ତି।
ଦୀପାବଳିକୁ ଦୃଷ୍ଟିରେ ରଖି ହିନା ଗ୍ଲାମରସ୍ ମେକ୍ଅପ୍ କରିଛନ୍ତି। ସେ ଏହି ମେକଅପ୍ ସହିତ କାନଫୁଲ ପିନ୍ଧିଛନ୍ତି। ହେୟାର ଷ୍ଟାଇଲ ବିଷୟରେ ଯଦି କହିବା ତେବେ ସେ ନିଜ କେଶକୁ ବାନ୍ଧି ଦେଇଛନ୍ତି। ତାଙ୍କର ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଟିଭି ଅଭିନେତ୍ରୀ ହିନା ଖାନ ପ୍ରସିଦ୍ଧ ଟିଭି ଶୋ ‘ୟେ ରିସ୍ତା କୟା କେହଲାତା ହୈ’ ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେହି ସିରିୟାଲରେ ଅକ୍ଷରା ନାଁରେ ହିନା ଖାନ ଅଭିନୟ କରୁଥିଲେ ଏବଂ ତାଙ୍କୁ ଲୋକେ ବହୁତ ଭଲ ପାଉଥିଲେ।
Comments are closed.