ବ୍ରହ୍ମପୁର: ମୃତ ଗାଈକୁ ଗାଡ଼ି ପଛ ପଟରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେବା ଭଳି ହୃଦୟବିଦାରକ ଦୃଶ୍ୟ ଗଞ୍ଜାମ ଜିଲାର ଛତ୍ରପୁର ଠାରେ ଦେଖିବାକୁ ମିଳିଛି। ଏହି ଘଟଣାରେ ଦୁଇଜଣ ନିଲମ୍ବିତ ମଧ୍ୟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଛତ୍ରପୁର ଠାରେ ସୋମବାର ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିଲା। ଗାଈର ଶବ ରାଜପଥ ଉପରେ ପଡ଼ି ରହିଥିଲା। ଯାତାୟାତରେ ଅସୁବିଧା ହେଲା। ଖବର ପାଇଁ ସୋମପାର ପୂର୍ବାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚଏଆଇ)ର ହାଇୱେ ପାଟ୍ରୋଲିଂ ଗାଡ଼ି ପହଞ୍ଚିଥିଲା। ପାଟ୍ରୋଲିଂ ଗାଡ଼ିର ପଛପଟରେ ଏକ ଦୌଡ଼ିରେ ଗାଈର ଶବକୁ ବାନ୍ଧି ଦେଇଥିଲେ। ରାଜପଥରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଏନେଇ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା। କେତେକ ସଂଗଠନ ତରଫରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ବିବାଦ ବଢ଼ୁଥିବା ଦେଖିବା ପରେ ଏନଏଚଏଆଇ ତରଫରୁ ଉକ୍ତ ଗାଡ଼ିର ଚାଳକ ଏବଂ ସୁପରଭାଇଜରଙ୍କୁ ବହିଷ୍କୃତ କରାଯାଇଛି। ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଏନଏଚଏଆଇ ତରଫରୁ କୁହାଯାଇଛି।
BREAKING NEWS
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- ନିଲମ୍ବିତ ହେଲେ ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
- Barrage: ବୈତରଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ୍: ମୁଖ୍ୟମନ୍ତ୍ରୀ
- ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡିଛି ପଦବୀ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ସୁରଟରୁ ଆସିଲେ ନୂଆ ଅତିଥି
- ‘୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ମମତା ବାନାର୍ଜୀ’
- ଖସିଲା ରେପୋ ରେଟ୍; ଏଣିକି ଶସ୍ତା ହେବ ଇଏମଆଇ
Comments are closed.