Latest Odisha News

BREAKING NEWS

ସିଏସକେର କୋଚିଂ ଷ୍ଟାଫରେ ସାମିଲ ହେବା ନେଇ ଆଗ୍ରହ ପ୍ରକାଶ କଲେ ମିଷ୍ଟର ଆଇପିଏଲ

ଚେନ୍ନାଇ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗ୍ସର କୋଚିଂ ଷ୍ଟାଫ୍‌ରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ଫ୍ରାଂଚାଇଜଙ୍କୁ ବିଧିବଦ୍ଧ ଭାବେ ଏ ନେଇ ଜଣାଇଛନ୍ତି, କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଏନେଇ କୌଣସି ଉତ୍ତର ମିଳିନାହିଁ । ‘ମୁଁ ମୋର ଇଚ୍ଛା ଜଣାଇ ଦେଇଛି ଏବଂ ଏବେ ନିଷ୍ପତ୍ତି ଚେନ୍ନାଇକୁ ନେବାର ଅଛି । ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚେନ୍ନାଇ ସହିତ ରହିବା ଏବଂ ଦଳକୁ ଟ୍ରଫି ଜିତିବାରେ ସାହାଯ୍ୟ କରିବା ।’ ଆଇପିଏଲରେ ତାଙ୍କର ଦମଦାର ପ୍ରଦର୍ଶନ ପାଇଁ ରୈନାଙ୍କୁ ‘ମିଷ୍ଟର ଆଇପିଏଲ୍’ କୁହାଯାଏ । ଅବସର ପରେ ସେ ଜଣେ କ୍ରିକେଟ୍ ଏକ୍ସପର୍ଟ ଏବଂ କମେଣ୍ଟଟର ଭାବରେ କାମ କରୁଛନ୍ତି । ରୈନା ୨୦୦୮ରୁ ୨୦୨୧ ପର‌୍ୟ୍ୟନ୍ତ ଚେନ୍ନାଇ ସହିତ ଜଡ଼ିତ ଥିଲେ ।  ରୈନା ଧୋନୀଙ୍କ ଅଧିନାୟକତ୍ୱରେ ଆଇପିଏଲ ସହିତ ୪ଟି ଆଇପିଏଲ୍ ଟ୍ରଫି (୨୦୧୦, ୨୦୧୧, ୨୦୧୮, ୨୦୨୧) ଏବଂ ୨ଟି ଚାମ୍ପିୟନ୍ସ ଟ୍ରଫି ଜିତିଛନ୍ତି ।

ରୈନା ଆହୁରି ମଧ୍ୟ କହିଛନ୍ତି ହଳଦିଆ ରଙ୍ଗ ଆମ ପାଇଁ ସବୁକିଛି ଅଟେ ।’ ମୁଁ ଅନ୍ତର୍ଜାତୀୟ କ୍ରିକେଟ୍, ଆଇପିଏଲ୍ ଏବଂ ବିଶ୍ୱକପ୍ ଖେଳିଛି । ମୁଁ ମୋର ସେହି ଅଭିଜ୍ଞତା ଖେଳାଳିମାନଙ୍କ ସହିତ ସେୟାର କରିବାକୁ ଚାହେଁ ।’ ଆଇପିଏଲ୍ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ନିଜର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ କରିଛି । ଫ୍ରାଞ୍ଚାଇଜ୍ ଷ୍ଟିଫେନ୍ ପ୍ଲେମିଂଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନଙ୍କୁ ଦଳର ନୂତନ ହେଡ୍ କୋଚ୍ ଭାବରେ ନିଯୁକ୍ତ କରିଛି । ଏହା ବ୍ୟତୀତ ମୋହିତ ଶର୍ମାଙ୍କୁ ବୋଲିଂ କୋଚ୍ ଦାୟିତ୍ୱ ଦିଆଯାଇଥିବାବେଳେ ଗାରେଥ୍ ବ୍ୟାଟି ଏବଂ  ଆଲବି ମୋର୍କେଲ ମଧ୍ୟ ଆସିଷ୍ଟାଣ୍ଟ କୋଚ୍ ଭାବରେ ଦଳରେ ଯୋଗଦେଇଛନ୍ତି ।

Leave A Reply

Your email address will not be published.