Latest Odisha News

BREAKING NEWS

ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଇରାନର ବଡ଼ ନିଷ୍ପତ୍ତି: ଭାରତ, ଚୀନ୍, ଇରାକ୍ ଓ କାତାରର ଜାହାଜଗୁଡ଼ିକ ହର୍ମୂର୍ଜ ପ୍ରଣାଳୀରେ ପାଇଲେ ବିଶେଷ କୋହଳ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ‘ହର୍ମୂର୍ଜ୍ ପ୍ରଣାଳୀ’ ଦେଇ ଯାତାୟାତ କରୁଥିବା ବ୍ୟବସାୟିକ ଜାହାଜଗୁଡ଼ିକ ଉପରେ ଲଗାଯାଇଥିବା କଟକଣାରୁ ଭାରତ ସମେତ ଚାରୋଟି ଦେଶକୁ ରିହାତି ଦେଇଛି ଇରାନ । ଭାରତ ବ୍ୟତୀତ ଚୀନ୍, ଇରାକ୍ ଓ କାତାରର ଜାହାଜଗୁଡ଼ିକ ଏହି ରିହାତି ପାଇଛନ୍ତି। ଇରାନ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କମିଟିର ଉପ-ଅଧ୍ୟକ୍ଷ ଅମୀର ହାୟାତ୍ ମୋଗାଦାମ ଏହି ସୂଚନା ଦେଇଛନ୍ତି।

ଇରାନର ସମ୍ବାଦ ସଂସ୍ଥା କୁ ସାକ୍ଷାତକାର ଦେଇ ମୋଗାଦାମ କହିଛନ୍ତି ଯେ, ଏହି ଚାରୋଟି ଦେଶର ଜାହାଜଗୁଡ଼ିକ ହର୍ମୂର୍ଜ୍ ପ୍ରଣାଳୀ ଦେଇ ବିନା ବାଧାରେ ଯାତାୟାତ କରିପାରିବେ। ଆମେରିକା ପକ୍ଷରୁ ମଧ୍ୟ ଏହି ଜାହାଜଗୁଡ଼ିକୁ ଅଟକାଯାଉନାହିଁ।

ଏହି ନିଷ୍ପତ୍ତି ପଛରେ ଦ୍ୱିପାକ୍ଷିକ ସ୍ୱାର୍ଥ ଓ ନିର୍ଦ୍ଦିଷ୍ଟ କାରଣ ରହିଥିବା ଇରାନ ସ୍ପଷ୍ଟ କରିଛି। ନୂଆଦିଲ୍ଲୀରୁ ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ସାମଗ୍ରୀ ଆମଦାନୀ କରିବା ପାଇଁ ଇରାନ ଭାରତୀୟ ଜାହାଜକୁ ଯାତାୟାତ ପାଇଁ ଅନୁମତି ଦେଇଛି। ଅପରପକ୍ଷରେ, ବେଜିଂଠାରୁ ରାଜନୈତିକ ସମର୍ଥନ ଆଶାରେ ଚୀନ ଜାହାଜକୁ ଏହି ସୁବିଧା ମିଳିଛି।

ତେବେ ଏହି ଯାତାୟାତ ସମ୍ପୂର୍ଣ୍ଣ ମାଗଣା ନୁହେଁ। ଭାରତ ଓ ଚୀନର ଜାହାଜଗୁଡ଼ିକଠାରୁ ଇରାନ ଟ୍ରାଞ୍ଜିଟ୍ ଫି’ (ସୀମା ଶୁଳ୍କ) ଆଦାୟ କରୁଥିବା ବେଳେ କାତାର ଜାହାଜଗୁଡ଼ିକୁ ମାଗଣାରେ ଯିବାକୁ ଦିଆଯାଉଛି।

ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ନିଷ୍ପତ୍ତି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଆମଦାନୀ କରୁଥିବା ମୋଟ କଞ୍ଚା ତେଲର ପ୍ରାୟ ୩୦ ପ୍ରତିଶତ ଏବଂ ଏଲପିଜିର ୯୦ ପ୍ରତିଶତ ଏହି ହର୍ମୂର୍ଜ୍ ପ୍ରଣାଳୀ ଦେଇ ଆସିଥାଏ । ତେଣୁ ଇରାନର ଏହି କୋହଳ ନୀତି ଭାରତର ଶକ୍ତି ସୁରକ୍ଷା ଓ ଅନ୍ତର୍ଜାତୀୟ ବ୍ୟବସାୟ ପାଇଁ ବଡ଼ ଆଶ୍ୱାସନା ଆଣିଦେଇଛି।ବିଶ୍ୱ ବାଣିଜ୍ୟ ଏବଂ ଶକ୍ତି ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପକୁ ଅନ୍ତର୍ଜାତୀୟ ମହଲରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.