ପର୍ଥ: ଆଜି ପାକିସ୍ତାନକୁ ହରାଇ ଐତିହାସିକ ବିଜୟ ହାସଲ କରିଛି ଜିମ୍ବାଓ୍ବେ । ସିକନ୍ଦର ରାଜା ମ୍ୟାଚ ବିଜୟର ହିରୋ ସାଜିଛନ୍ତି । ଏପରିକି ଦୁଇଟି ମ୍ୟାଚ ହାରି ପାକିସ୍ତାନ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି ଜିମ୍କାଓ୍ବେ । ଟି -୨୦ ଓ୍ବାର୍ଲଡ କପ ମ୍ୟାଚରେ ପର୍ଥରେ ପାକିସ୍ତାନ –ଜିମ୍ବାଓ୍ବେ ମ୍ୟାଚରେ ଜିମ୍ବାଓ୍ବେ ପାକିସ୍ତାନକୁ ଏକ ରନରେ ହରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶେଷ ଚାରି ବଲରେ ଚାରି ରନ କରିପାରିନଥିଲା ପାକିସ୍ତାନ ।
WHAT.A.MATCH 🔥
Zimbabwe’s stunning one-run victory has helped them climb up the Group 2 Standings!
Check out ➡️ https://t.co/cjmWWRzDYc pic.twitter.com/q1UBNwvwPH
— ICC (@ICC) October 27, 2022
WHAT.A.MATCH 🔥
Zimbabwe’s stunning one-run victory has helped them climb up the Group 2 Standings!
Check out ➡️ https://t.co/cjmWWRzDYc pic.twitter.com/q1UBNwvwPH
— ICC (@ICC) October 27, 2022
ଏହି ମ୍ୟାଚରେ ଟସ୍ ଜିତି ଜିମ୍ବାଓେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ ହରାଇ ୧୩୦ ରନ୍ କରିଥିଲା । ଏହାର ପିଛା କରି ପାକିସ୍ତାନ ୨୦ ଓଭରରେ ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମରୁ ପାକିସ୍ତାନ ବ୍ୟାଟରଙ୍କୁ ପାଣି ପିଆଇଥିଲା ଜିମ୍ବାଓ୍ବେ । ଅଧିନାୟକ ବାବର ୪ ରନ କରି ଆଉଟ ହୋଇଥିଲେ । ରିଜଓ୍ବାନ ମଧ୍ୟ ତିଷ୍ଠି ପାରିନଥିଲେ, ୧୪ ରନ କରି ଆଉଟ ହୋଇଥିଲେ । ଶାନ ମସୁଦ ସର୍ବାଧିକ ୪୪ ରନ କରିଥିଲେ ।
ଶେଷ ଓଭରରେ ପାକିସ୍ତାନ ପାଇଁ 11 ରନ ଆବଶ୍ୟକ ଥିଲା । ପ୍ରଥମ ବଲରେ ମହମ୍ମଦ ନବାଜ 3 ରନ ନେଇଥିଲେ । ଦ୍ବିତୀୟ ବଲରେ ଚୈାକା ମାରି ଓ୍ବାସିମ ପାକିସ୍ତାନ ପାଇଁ ଆଶା ସଂଚାର କରିଥିଲେ । ତେବେ ତୃତୀୟ ବଲରେ ଓ୍ବାସିମ ଏକ ରନ ନେଇଥିଲେ । ଚତୁର୍ଥ ବଲରେ କୈାଣସି ରନ ହୋଇନଥିଲା । ପଞ୍ଚମ ବଲରେ ମହମ୍ମଦ ନଓ୍ବାଜ ଆଉଟ ହୋଇଥିଲେ । ଆଉ ଷଷ୍ଠ ବଲରେ ସାହିନ ଆଫ୍ରିଦି ଏକ ରନ ନେଇଥିଲେ, ଆଉ ଏକ ରନ ନେବା ବେଳକୁ ଆଉଟ ହୋଇଥିଲେ । ଏଭଳି ଏକ ରନରେ ପାକିସ୍ତାନ ଜିମ୍ବାଓ୍ବେ ଠାରୁ ହାରିଯାଇଥିଲା ମ୍ୟାଚ୍ ।
ଜିମ୍ବାଓ୍ବେ ଅଧିନାୟକ କ୍ରେଗ ଇରୱିନ୍ ୧୯ ରନ୍ କରିଥିବା ବେଳେ ୱେସଲି ମାଡେଭେର୍ ୧୭ ରନ୍ କରିଥିଲେ । ଶୁମ୍ବା ୦୮ ରନ କରିଥିବା ବେଳେ ୱିଲିୟମ୍ସ ସର୍ବାଧିକ ୩୧ ରନ୍ କରିଥିଲେ ।
ସିକନ୍ଦର ରାଜା ୩ ଉଇକେଟ ନେଇ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗିଦେଇଥିଲେ ଏବଂ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲେ । ପାକିସ୍ତାନ ହାରିବା ପରେ ଏବେ ଦ୍ବିତୀୟ ରାଉଣ୍ଡକୁ ଯିବା କଷ୍ଟକର ହୋଇପାରେ ।
Comments are closed.