Latest Odisha News

BREAKING NEWS

ଧାମନଗରରେ ଟଙ୍କା ବାଣ୍ଟିବା ଚିତ୍ର, ଅଡୁଆରେ ଶାସକ ଦଳ

ଭଦ୍ରକ: ଧାମନଗର ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଯେକେହି ହତବାକ ହୋଇଯିବ କିପରି ଭୋଟ୍ କିଣିବା ପାଇଁ ଟଙ୍କା ବଣ୍ଟା ଚାଲିଛି। ଆଉ ଏସଏଚଜି ମହିଳାଙ୍କୁ ବୈଠକ ପାଇଁ ଡାକି ଖାମ୍ ଭିତରେ ଟଙ୍କା ଭର୍ତ୍ତି କରିଦେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଭଦ୍ରକ ଜିଲ୍ଲା କରଦା ପଞ୍ଚାୟତ ଅନ୍ତର୍ଗତ ଅଲିନଗରରେ ଟଙ୍କା ବାଣ୍ଟୁଥିବା ନେଇ ଗ୍ରାମବାସୀ ଜାଣିବାକୁ ପାଇବାପରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଅଟକ ରଖିଥିଲେ। ପରେ ଉଦ୍ଧାର କରିବାକୁ ଯାଇଥିବା ପୁଲିସଙ୍କୁ ମଧ୍ୟ ଗାଁ ଲୋକେ ଅଟକ ରଖିଥିଲେ। ଯେଉଁଥିରେ ଧାମନଗର ଏସଡିପିଓ, ଆଇଆଇସିଙ୍କ ସମେତ ଆଠ ଜଣ ପୋଲିସ କର୍ମଚାରୀ ଥିଲେ।

ସରପଞ୍ଚଙ୍କ ପ୍ରତିନିଧି ସ୍ୱୟଂ ସହାୟକ ଗୋଷ୍ଠୀକୁ ନଗଦ ଟଙ୍କା ବାଣ୍ଟିବା ପାଇଁ ଗାଁକୁ ଯାଇଥିଲେ ଏବଂ ଗାଁର ପ୍ରତ୍ୟେକ ପରିବାରକୁ 4 ହଜାର ଟଙ୍କା ଏକ ଖାମ୍ ଭିତରେ ବାଣ୍ଟିଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା।

ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳ ଅଭିଯୋଗ କରିଆସୁଛନ୍ତି ଯେ ଶାସକ ଦଳ ବିଜେଡି ଏସଏଚଜି ସଦସ୍ୟଙ୍କ ମାଧ୍ୟମରେ ଭୋଟରଙ୍କ ମଧ୍ୟରେ ନଗଦ ବାଣ୍ଟୁଛି। ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ମଧ୍ୟରେ ନଗଦ ବାଣ୍ଟୁଥିହା ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ, ଅନେକ ମହିଳା ଏସଏଚଜି ଜରିଆରେ ପ୍ରତ୍ୟେକ 4 ହଜାର ଟଙ୍କା ନଗଦ ଗ୍ରହଣ କରିଥିବା ସ୍ୱୀକାର କରିଛନ୍ତି। ତେବେ ଯେଉଁମାନେ କେବଳ ଦଳ ପାଇଁ ଭୋଟ୍ ଦେବେ ସେମାନଙ୍କୁ ନଗଦ ଟଙ୍କାକୁ ଦେବାକୁ କୁହାଯାଇଥିବା ସୂଚନା ରହିଛି।

Comments are closed.