Latest Odisha News

ଡିଜିଟାଲ୍ ଟଙ୍କା କ’ଣ ? ଆପଣ କେମିତି କରିବେ ବ୍ୟବହାର…

ନୂଆଦିଲ୍ଲୀ: ପକେଟରେ ଟଙ୍କା ଧରି ବୁଲିବାକୁ ଅନେକ ପସନ୍ଦ କରି ନଥାନ୍ତି । ଆଉ ଅନେକ ସମୟରେ ଟଙ୍କା ଚୋରିର ଆଶଙ୍କା ଥାଏ । ତେବେ ଏସବୁ ଝାମେଲାରୁ ଆପଣ ମୁକ୍ତି ପାଇ ପାରିବେ । ପରୀକ୍ଷାମୂଳକ ଭାବେ ଆଜିଠୁ ଆରବିଆଇ ଡିଜିଟାଲ ଟଙ୍କା ଲଞ୍ଚ କରୁଛି । ତେବେ, ଆସନ୍ତୁ ଜାଣିବା ଡିଜିଟାଲ କରେନ୍ସି କିଭଳି କାମ କରିବ ଏବଂ ଆପଣଙ୍କ ପାଇଁ ଏହା କିଭଳି ଲାଭକାରୀ ହେବ ।

ଆଜିଠୁ ଆରବିଆଇ ଡିଜିଟାଲ୍ କରେନ୍ସି ଆରମ୍ଭ କରିବ । ପାଇଲଟ୍ ପ୍ରକଳ୍ପ ଭାବେ ପ୍ରଥମେ ହୋଲସେଲ୍ କାରବାର ଏବଂ ସୀମା ଅତିକ୍ରମ ଦେୟ ପାଇଁ ଡିଜିଟାଲ୍ ଟଙ୍କାର ବ୍ୟବହାର କରାଯିବ । ତଥ୍ୟ ଅନୁସାରେ, CBDC (ସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସି) ମୁଦ୍ରା, ନୋଟର ଏକ ଡିଜିଟାଲ୍ ରୂପ । ଏହା ଦେଣନେଣର ମାଧ୍ୟମ ହେବ ।

ଏହାକୁ ସମସ୍ତଙ୍କ ଲାଗି ଆରବିଆଇ ଜାରି କରିବ । ଡିଜିଟାଲ୍ କରେନ୍ସିର ମୂଲ୍ୟ ନୋଟ୍ ଭଳି ସମାନ ରହିବ । ଇ-ରୂପିକୁ ଆପଣ ଆପଣଙ୍କ ମୋବାଇଲ୍ ୱାଲେଟରେ ବି ରଖି ପାରିବେ । ଏହାଛଡ଼ା ବ୍ୟବହାରକାରୀ ଇ-ରୂପିକୁ ସହଜରେ ବ୍ୟାଙ୍କରେ ଟଙ୍କା ଅଥବା ନଗଦରେ ପରିଣତ କରି ପାରିବେ । ଡିଜିଟାଲ୍ କରେନ୍ସି ଦ୍ୱାରା ବ୍ୟବସାୟ ବି ସହଜ ହେବ ।

ଆପଣ କୌଣସି ପେମେଣ୍ଟ ଲାଗି ଡିଜିଟାଲ୍ କରେନ୍ସିକୁ ବ୍ୟବହାର କରି ପାରିବେ । CBDC ଇଲୋକ୍ଟ୍ରୋନିକ୍ ଭାବେ ଆକାଉଣ୍ଟରେ ଉପଲବ୍ଧ ହେବ । ଯାହାକୁ ଆପଣ ନୋଟରେ ବି ବଦଳାଇ ପାରିବେ । ଅନଲାଇନରେ ବ୍ୟାଙ୍କ ବାଲାନ୍ସ ଯାଞ୍ଚ ଭଳି ଆପଣ ଇ-ରୂପିର ବ୍ୟବହାର କରି ପାରିବେ ।

Comments are closed.