ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଫାଷ୍ଟ ଫୁଡ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ କେବଳ ଓଡ଼ିଶା ନୁହଁ, ବରଂ ଓଡ଼ିଶା ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ସହରର ଅନେକ ହୋଟେଲରେ ବାସି ଏବଂ ପଚାଶଢ଼ା ଖାଦ୍ୟ ପରସା ହେଉଛି। ଏନେଇ ପୂର୍ବରୁ ବହୁଥର ଅଭିଯୋଗ ହୋଇଥିଲା। ବୁଧବାର ଏହାକୁ ନେଇ ବଡ଼ ଧରଣର ଚଢ଼ଉ କରିଛି ବ୍ରହ୍ମପୁର ମହାନଗର ନିଗମ। ସହରର ବିଭିନ୍ନ ସ୍ଥାନରେ ଥିବା ୬ଟି ନାମିଦାମୀ ହୋଟେଲ୍ରେ ଚଢ଼ଉ କରାଯାଇଥିଲା। ସେମାନଙ୍କ ଠାରୁ ୭୦ ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଛି। ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ନିଜେ ଏହି ଚଢ଼ଉର ନେତୃତ୍ବ ନେଇଥିଲେ। ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି, ପଲିଥିନର ବ୍ୟବହାର ଏବଂ ନିମ୍ନମାନର ଖାଦ୍ୟ ଯୋଗୁ ଚଢ଼ଉ ହୋଇଥିବା ସୂଚନା ମିଳିଛି। ଖାଦ୍ୟ ପ୍ରସ୍ତୁତ ବେଳେ ସ୍ବଚ୍ଛତାକୁ ଗୁରୁତ୍ବ ଦେବା ସହ ଖାଦ୍ୟ ସୁରକ୍ଷା ନିୟମଗୁଡ଼ିକ ପାଳନ କରିବାକୁ ତାଗିଦ୍ କରାଯାଇଛି। ଆଗାମୀ ଦିନରେ ମଧ୍ୟ ମହାନଗର ନିଗମ ତରଫରୁ ଚଢ଼ଉ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।
ଅନ୍ୟପଟେ ବୁଧବାର ଯେଉଁ ହୋଟେଲ୍ଗୁଡ଼ିକରେ ଚଢ଼ଉ ହୋଇଥିଲା, ସେଥିରେ କେତେକ ଜଣାଶୁଣା ହୋଟେଲ୍ ମଧ୍ୟ ରହିଛି। ସେଗୁଡ଼ିକ ହେଲା କର୍ପୋରେସନ ରୋଡରେ ଥିବା ନିୟୁ ବିରିୟାନୀ ସେଣ୍ଟର, ଧର୍ମନଗରରେ ଥିବା ଗିରିଜା ରେଷ୍ଟୁରାଣ୍ଟ, ବଡ଼ବଜାର ଛକରେ ଥିବା ବାଲାଜୀ ମିଷ୍ଟାନ ଭଣ୍ଡାର, ଭାପୁର ବଜାରରେ ଥିବା ହିନ୍ଦୁସ୍ଥାନ କେକ୍ରୀ, ସିଟି ହାଇସ୍କୁଲ ରୋଡରେ ଥିବା କିରଣ ରେଷ୍ଟୁରାଣ୍ଟ ପ୍ରମୁଖ। ଏହି ସବୁ ହୋଟେଲ୍ଗୁଡ଼ିକର ସ୍ବତନ୍ତ୍ର ପରିଚୟ ରହିଛି। କେବଳ ସହର ନୁହଁ, ସହର ବାହାରୁ ମଧ୍ୟ ଲୋକମାନେ ଏଠାକୁ ଖାଇବାକୁ ଆସିଥାନ୍ତି। ଏଣୁ ବୁଧବାରର ଚଢ଼ଉ ପରେ ଗ୍ରାହାକଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହୋଇଛି। ସ୍ବାଦିଷ୍ଟ ଲାଗୁଥିବା ଯୋଗୁ ଗ୍ରାହାକମାନେ ଯେଉଁ ଖାଦ୍ୟ ଖାଉଥିଲେ, ତାହା କେମିତି ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା, ତାହା ଦେଖିବା ପରେ ଗ୍ରାହାକମାନେ ନାକ ଟେକିଲେଣି। ରାସାୟନିକ ରଙ୍ଗ ବ୍ୟବହାର ଯୋଗୁ ଅନେକ ପ୍ରକାର ପେଟ ରୋଗ ଦେଖାଦେଇଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁନ୍ଦର କରିବା ପାଇଁ ଅନେକ ହୋଟେଲ ମାଲିକ ରାସାୟନିକ ରଙ୍ଗ ବ୍ୟବହାର କରିଥାନ୍ତି। ଅନେକ ହୋଟେଲରେ ପଚାଶଢ଼ା ଖାଦ୍ୟ ମଧ୍ୟ ବିକ୍ରି ହୋଇଥାଏ। ଗତ କିଛି ଦିନ ହେଲା ମହାନଗର ନିଗମ ତରଫରୁ ଏଭଳି ଅନେକ ହୋଟେଲରେ ଚଢ଼ଉ ଜାରି ରହିଛି। ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି।
BREAKING NEWS
- Williams said ‘My Husband Will Kill Me’: ‘ମୋ ସ୍ୱାମୀ ମୋତେ ମାରିଦେବେ…’, କାହିଁକି ଏମିତି କହିଲେ ଭାରତର ଝିଅ ସୁନୀତା ୱିଲିୟମ୍ସ?
- ୧୦୦ କୁକୁରଙ୍କୁ ହତ୍ୟା କରି ସରପଞ୍ଚ ସମେତ ୩ଗିରଫ
- Flight Services: ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ
- ଜୁନ୍ ସୁଦ୍ଧା ନୂଆ NAC ଓ ପୌର ନିର୍ବାଚନ, ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି
- ଭାରତୀୟ ବାୟୁସେନାର ଟ୍ରେନି ବିମାନ କ୍ରାସ, ପୋଖରୀରେ ପଡ଼ି…
- Swami Avimukteshwaranand Controversy: ଇଚ୍ଛାପତ୍ର, ନିର୍ବାଚନ ନା ଉତ୍ତରାଧିକାରୀ…କେଉଁମାନେ ବନନ୍ତି ଶଙ୍କରାଚାର୍ଯ୍ୟ? କାହିଁକି ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପଦବୀ ନେଇ ଉଠିଲା ପ୍ରଶ୍ନ…
- ପୁଷ୍ପା ୩ରେ ହେବ କି ସଲମାନଙ୍କ ଏଂଟ୍ରି
- କାହିଁକି ୟୁ-ଟର୍ଣ୍ଣ ନେଲା ଟ୍ରମ୍ପଙ୍କ ବିମାନ…
- ଗ୍ରୀନଲ୍ୟାଣ୍ଡ କବ୍ଜା ପାଇଁ ଟ୍ରମ୍ପଙ୍କ ଚକ୍ରାନ୍ତ ?
- Sunita Williams Retires: ବିଦାୟ ନେଲେ ସୁନିତା ୱିଲିୟମ୍ସ
Comments are closed.