Latest Odisha News

କେନ୍ଦୁଝରରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗାଁରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ଚାଷଜମିକୁ ଜଳସେଚନ ସୁବିଧା ପାଇଁ ,ଗୋବିନ୍ଦପୁର ମାଇନର କେନାଲ ଯୋଗେ ଟୁକୁଣା ଠାରୁ ୯କିଲୋମିଟର ଲମ୍ବର କେନାଲ ପଚିଶ ବର୍ଷ ଧରି ଖୋଳାଯାଇଥିଲେବି ଜମିରେ ପାଣି ମାଡିଲା ନାହିଁ। କେନାଲ ଖୋଲାରେ ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ହେଉଥିବା ବେଳେ ଠିକାଦାର ଅଧାପନ୍ତରିଆ କାର୍ଯ୍ୟ କରି ଛୁ ମାରନ୍ତି ଫଳରେ ଜଳସେଚନ ସୁବିଧା ହୋଇପାରେ ନାହିଁ।

ବର୍ଷା ହେଲେ ଏ ଅଞ୍ଚଳରେ ଚାଷ କାର୍ଯ୍ୟ ସ୍ୱାଭାବିକ ହୋଇଥାଏ। ବର୍ତ୍ତମାନ ସମୟରେ ମୌସୁମୀ ବର୍ଷା ଫେରିବା ବେଳକୁ ଏ ଅଞ୍ଚଳରେ ଏକର ଏକର ବିଲ ଧାନ ଛିଞ୍ଚା ବାହାରିଲା ବେଳକୁ ଜମି ଫାଟି ଆଁ । ଏ ନେଇ ଚାଷ ଉଜୁଡିବାର ସମ୍ଭାବନାକୁ ନେଇ ଆଗିରିଆ ଗ୍ରାମର ଶତାଧିକ ଚାଷୀ ଆଜି  ଟ୍ରାକ୍ଟର ଯୋଗେ ଦୀର୍ଘ ୨୫କିଲୋମିଟର ଯାଇ ଆନନ୍ଦପୁର ଶାଳପଡାସ୍ଥିତ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଠାରେ ଘେରାଉ କରିବା ସହିତ ଚାଷ ଜମିରେ ଅତି ଶୀଘ୍ର ଜଳସେଚନ ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ।

Comments are closed.