ବ୍ରହ୍ମପୁର: ଅନ୍ ଲାଇନ୍ରେ ଟଙ୍କା ପଠାଇ କାରବାର କରି ଜଣେ ବ୍ୟବସାୟୀ ଠକେଇର ଶିକାର ହୋଇଛନ୍ତି। ବ୍ରହ୍ମପୁର ସହର ଆସିକା ରୋଡରେ ଥିବା ମହାବୀର ଟ୍ରେଡିଂ କୋ ମାଲିକ ୧୫ଲକ୍ଷ ୬୮ହଜାର ଟଙ୍କାର ଠକେଇ ହୋଇଥିବା ନେଇ ବଡ଼ ବଜାର ଥାନାରେ ଏତଲା ଦେଇଛନ୍ତି। ମହାରାଷ୍ଟ୍ରର ଏକ ସଂସ୍ଥା ତାଙ୍କୁ ପାଇପ୍ ଯୋଗାଇବାକୁ ଟଙ୍କା ନେଇଥିଲା। କିନ୍ତୁ ଟଙ୍କା ପଠାଇବା ପରେ ପାଇପ୍ ପଠାଉ ନାହିଁ କିମ୍ବା ଟଙ୍କା ଫେରସ୍ତ କରୁନାହିଁ। ଏନେଇ ମାଲିକ ସୁମନ୍ତ ସାହୁ ଥାନାରେ ଅଭିଯୋଗ କରିଛନ୍ତି। ସୁମନ୍ତ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଡିଆଇ(ଡକଟିଲ୍ ଆଇରନ୍) ପାଇପ ଯୋଗାଉଛନ୍ତି। ଠିକାଦାର ମାନେ ଅଧିକ ଡିଆଇ ପାଇପ ଆବଶ୍ୟକ ଥିବା କହିବାରୁ ସୁମନ୍ତ ଅନଲାଇରେ କିଛି ସଂସ୍ଥା ସହ ଆଲୋଚନା କରିଥିଲେ। ୨୦୧୮ ଅଗଷ୍ଟ ୨୧ ତାରିଖରେ ମହାରାଷ୍ଟ୍ର ଥାନେ ଅଞ୍ଚଳର ଏମ୍ଏସ୍ ସେବା କର୍ପୋରେସନ୍ର ପ୍ରୋପାଇଟର ମନୋହର କନ୍ଦ ଡିଆଇ ପାଇପ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସୁମନ୍ତ ତାଙ୍କ କଥାରେ ରାଜି ହୋଇ ଅନ୍ଲାଇନ୍ରେ ଟଙ୍କା ପଠାଇଥିଲେ। ପର୍ଯ୍ୟାୟକ୍ରମେ ମନୋହରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୫ଲକ୍ଷ ଟଙ୍କା ପଠାଇଥିଲେ। ମନୋହର ମଧ୍ୟ ୧୯ଲକ୍ଷ ୩୪ ହଜାର ଟଙ୍କାର ଡିଆଇ ପାଇପ୍ ସୁମନ୍ତଙ୍କ ପାଖକୁ ପଠାଇଥିଲେ। କିନ୍ତୁ ବଳକା ୧୫ଲକ୍ଷ ୬୮ହଜାର ଟଙ୍କାର ପାଇପ୍ ସେ ପଠାଇନଥିଲେ। ବାରମ୍ବାର ଯୋଗାଯୋଗ କରିବା ପରେ ସୁମନ୍ତ ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଥିବା ମନୋହରଙ୍କ ଅଫିସ୍ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ୧୫ଲକ୍ଷ ୬୮ହଜାର ଟଙ୍କାର ୫ଟି ଚେକ୍ ଦେଇଥିଲେ ମନୋହର। ସେ ବ୍ରହ୍ମପୁର ଆସି ଉକ୍ତ ଚେକ୍ ବ୍ୟାଙ୍କରେ ଜମା କରିଥିଲେ। ୨୦୧୯ ଅଗଷ୍ଟ ୩ତାରିଖରେ ସେହି ଚେକ୍ ବାଉନ୍ସ ହୋଇଯାଇଥିଲା। ସେହି ଆକାଉଣ୍ଟରେ ଷ୍ଟପ୍ ପେମେଣ୍ଟ କରାଯାଇଥିବାରୁ ଚେକ୍ ବାଉନ୍ମ ହୋଇଥିବା ଜାଣିବାକୁ ପାଇଥିଲେ ସୁମନ୍ତ। ସେ ପୁଣି ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଥିବା ସେହି ଅଫିସକୁ ଯାଇଥିଲେ। କିନ୍ତୁ ସେଠାରେ ତାଲା ପଡିଥିଲା ଏବଂ କେହି ନଥିଲେ। ଫେରିବା ପରେ ବାରମ୍ବାର ଫୋରେ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ମନୋହର ଧରାଛୁଆଁ ଦେଇନଥିଲେ। ଶେଷରେ ଏନେଇ ସେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି।
BREAKING NEWS
- ବନ୍ଦ ଘରୁ ୫ ଜଣଙ୍କର ମୃତଦେହ ଉଦ୍ଧାର
- ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା; କର୍ଣ୍ଣାଟକର ଡିଜିପି ରାଙ୍କ ଅଫିସର ନିଲମ୍ବିତ…
- Republic Day 2026: ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ପତାକା ଉତ୍ତୋଳନ…
- ‘Nitin Nabin My Boss’: ନବୀନଙ୍କୁ ନିଜ ବସ୍ କହିଲେ ମୋଦି, ନିଜକୁ କହିଲେ ତାଙ୍କ ତଳେ କାମ କରୁଥିବା ଦଳୀୟ କର୍ମୀ…
- ବ୍ୟାଡମିଂଟନରୁ ଅବସର ଘୋଷଣା କଲେ ସାଇନା
- Acid Attack: ୧୪ ବର୍ଷୀୟ ନାବାଳିକା ଉପରେ ଏସିଡ୍ ଆକ୍ରମଣ
- ଲଟେରୀ ମାଧ୍ୟମରେ ନିର୍ଣ୍ଣୟ ହେବ ମେୟର: କଣ ରିହିଛି ପ୍ରକ୍ରିୟା, ବିଜେପି-ଶିବସେନା ମଧ୍ୟରେ କାହିଁକି ରହିଛି ବିବାଦ ?
- Donald Trump: ଟ୍ରମ୍ପଙ୍କ ବର୍ଷକର ରିପୋର୍ଟ କାର୍ଡ; ୭ ଦେଶ ଉପରେ ଆକ୍ରମଣ, ଅଧା ପୃଥିବୀ ଉପରେ ନଜର
- Flower festival: ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦଘାଟିତ, ଫୁଲକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତା ଆୟୋଜିତ
- ପୋଲାଣ୍ଡ ବୈଦେଶିକ ମନ୍ତ୍ରୀଙ୍କୁ ସ୍ପଷ୍ଟ ବାର୍ତ୍ତା, ଆମ ପଡ଼ୋଶୀରେ ଆତଙ୍କବାଦକୁ ଉତ୍ସାହିତ କରନ୍ତୁ ନାହିଁ: ଏସ୍. ଜୟଶଙ୍କର
Comments are closed.