Latest Odisha News

BREAKING NEWS

ଦୀପାବଳିରେ ଅଘଟଣ; ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ୧୦ ଆହତ …ଏପଟେ ଜଳିଗଲା ଦୋକାନ,ଗାଡି

ଭୁବନେଶ୍ବର:ଦୀପାବଳିରେ ଗାଁଠୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସବର ମାହୋଲ । ଏହାରି ମଧ୍ୟରେ ଆଜି ରାତିରେ ପୁରୀରେ ଏକ ବଡ଼ ଅଘଟଣ ଘଟିଛି। ଦୀପ ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଆଜି ସନ୍ଧ୍ୟାରେ ବଳିଆପଣ୍ଡା ମଦନ ଭିଲା ପଛ ପଟେ ଦିଲ୍ଲୀପ ସିଂହଙ୍କ ଘରେ ଏହି ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ଅଘଟଣରେ ୧୦ରୁ ଅଧିକ ଲୋକ ଆହତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅଛନ୍ତି ।

ରିପୋର୍ଟ ଅନୁସାରେ ଆଜି ସନ୍ଧ୍ୟାରେ ବଳିଆପଣ୍ଡା ମଦନ ଭିଲା ପଛ ପଟେ ଦିଲ୍ଲୀପ ସିଂହଙ୍କ ଘରେ ଏହି ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଛି। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବଳିଆପଣ୍ଡା ଓ କୁମ୍ଭାରପଡ଼ା ଥାନା ପେଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବଳିଆପଣ୍ଡା ଓ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଥାଉକି,ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ବାଣ ନିଆଁ ଲାଗି ଏକ ବିଦ୍ୟୁତ୍ ଖୁଣ୍ଟ ହୁତୁହୁତୁ ହୋଇ ଜଳିଥିଲା। ସନ୍ଧ୍ୟାରେ ଲୋକେ ବାଣ ଫୁଟାଉଥିବା ବେଳେ ଅସାବଧାନତାବଶତଃ ବିଦ୍ୟୁତ୍ ଖୁଣ୍ଟରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେହିପରି ରାଜଧାନୀର ବିଡିଏ କଲୋନୀରେ ବାଣ ପଡ଼ି ଏକ ଟ୍ରାଭେଲର ଗାଡ଼ି ଜଳିଯାଇଛି।

ଏପଟେ କଟକରେ ବାଣ ଫୁଟାଯାଉଥିବା ବେଳେ ଏକ ବାଣ ଦୋକାନ ଭିତରେ ପଡ଼ିବାରୁ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଦୋକାନରେ ବ୍ୟାପିଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଆହୁରି ମଧ୍ୟ ଯାଜପୁର ଜିଲ୍ଲା କୁଆଖିଆ ବଜାର ମଧୁବନ ରୋଡ୍‌ରେ ଥିବା କଳା ନିକେତନ ଲୁଗା ଦୋକାନରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି । ପୋଲିସର ସୂଚନା ଅନୁସାରେ, ଦୀପରୁ ଦୋକାନରେ ନିଆଁ ଲାଗିଥିଲା। ଖବର ପାଇ କୁଆଖିଆ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଖବରମୁତାବକ, ବାଣ ଫୁଟାଇବା ବେଳେ ଆହତ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୪୧ ଜଣଙ୍କ ଚିକିତ୍ସା ଚାଲିଛି । କାହାର ହାତରେ ବାଣ ଫୁଟିଛି ତ ଆଉ କାହାର ମୁଣ୍ଡରେ ବାଣ ବାଜି ଆଘାତ ଲାଗିଛି । ବାଲେଶ୍ୱର ଜିଲ୍ଲା ସୋରର ବିଭିନ୍ନ ଅଞ୍ଚଳରେ ବାଣ ଫୁଟାଇବା ବେଳେ ୭ ଜଣ ଆହତ ହୋଇଛନ୍ତି।

 

Leave A Reply

Your email address will not be published.